୧୯ ଏପ୍ରିଲ ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 19, 2019 IST

ମେଷ – ବନ୍ଧୁ ସହ ଯୋଗ ପାଇ ଖୁସି ହେବେ । ସମ୍ମାନିତ ହେବାର ସୁଯୋଗ ଅଛି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ତଥା ଧର୍ମ ବିଶ୍ୱାସୀ ହେବେ ।


ବୃଷ – ସୌଭାଗ୍ୟଶାଳୀ ହେବେ । ପରିବାର ସହିତ ବିଳାସ ବ୍ୟସନରେ ସମୟ ଅତିବାହିତ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ମିତ୍ର ସୁଖ ମିଳିପାରେ ।


ମିଥୁନ - ଭ୍ରମଣ ଜନିତ ସୁଖ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାର୍ଗ ଉନ୍ ମୁକ୍ତ ରହିବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।


କର୍କଟ – ବ୍ୟୟ ବୃଦ୍ଧି ହେବାରୁ ଅଶାନ୍ତି ଅନୁଭବ କରିବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା କଫ ଜନିତ ପୀଡା ଅଣୁଭବ କରିବେ । ଚଞ୍ଚଳ ସ୍ୱଭାବର ହେବେ ।


ସିଂହ – ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନ ଲାଭ ହେବାର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି ।


କନ୍ୟା – କାହାକୁ ପରିହାସ କରନ୍ତୁ ନାହିଁ । କାରଣ ଦ୍ୱନ୍ଦ ଉପୁଜି ପାରେ । କଷ୍ଟ ସହି ମଧ୍ୟ ଭଲ ଆୟ କରିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ ।


ତୁଳା – ଉଚ୍ଚଭିଳାଷୀ ହେବେ । ମନରେ ସେବା ଭାବ ଜାଗ୍ରତ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି ।


ବିଛା – ଇଚ୍ଛା କରୁଥିବା ସହାୟତା ନିଶ୍ଚିତ ମିଳିବ । ସ୍ୱାସ୍ଥ୍ୟ ହାନି ଘଟିବାର ସମ୍ଭାବନା ଅଛି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ଲାଭପ୍ରାପ୍ତ ହେବେ ।


ଧନୁ – ସ୍ୱଳ୍ପ ଆୟ ହେବାର ସୂଚନା ମିଳୁଛି । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ପରିବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ମନ ପ୍ରସନ୍ନ ରହିବ ।


ମକର – ସ୍ୱାସ୍ଥ୍ୟ ଚିନ୍ତା ଦୂର ହେବ । ମନରେ ଗର୍ବଭାବ ବହନ କରିପାରନ୍ତି । ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


କୁମ୍ଭ - ଆୟ ଆଶାନୁରୂପ ହେବ । କିଛି ଉଦ୍ୟମ ନ କରି ମଧ୍ୟ ଆକସ୍ମିକ ଧନ ଲାଭ ହୋଇପାରେ । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ଚଞ୍ଚଳ ପ୍ରକୃତିର ହେବେ ।


ମୀନ - ପାରିବାରିକ ଜୀବନରେ ସୁଖଶାନ୍ତି ଆସିପାରେ । କେତେକ କ୍ଷେତ୍ରରେ ବାଦାନୁୁବାଦ ଉପୁଜିବ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.