Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୭ ଏପ୍ରିଲ ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବନ୍ଧୁ ସୁଖ ମିଳିପାରେ ।


ବୃଷ – ସୁଖରେ ଦିନଟି ଅତିବାହିତ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେତୁ ସୁଷମ ଖାଦ୍ୟ ଖାଇ ତୃପ୍ତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ ।


ମିଥୁନ – ମନରେ ଉଦ୍ ବେଗ ଜାତ ହୋଇପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି ।


କର୍କଟ – ନୂତନ କାର୍ଯ୍ୟ ଆନନ୍ଦଦାୟକ ହେବ । ଧନ ଲାଭର ସୁଯୋଗ ଜୁଟୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଞ୍ଚଳ ପ୍ରକୃତିର ହେବେ ।


ସିଂହ – ମନର ବ୍ୟାକୁଳତା ଦୂର ହେବ । ପରିଶ୍ରମର ମୂଲ୍ୟ ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ ।


କନ୍ୟା – କାର୍ଯ୍ୟ ଆନନ୍ଦଦାୟକ ହେବ । ସେବାରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ବିଦ୍ୱାନ୍ ଓ ସାହସୀ ହେବେ ।


ତୁଳା – ସାମୟିକ ଭାବେ ସୁଖୀ ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି ।


ବିଛା – ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ନିଜ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିବେ । ବନ୍ଧୁ ସୁଖ ମିଳିବ ।


ଧନୁ – ମନରେ ସାହସ ସଞ୍ଚୟ କରି କାର୍ଯ୍ୟ କରିବେ । ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଭାଇମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ ।


ମକର – ମନ ଯୋଗ ସହକାରେ କାର୍ଯ୍ୟ କରିବେ । ଦୂରଦୃଷ୍ଟି ସମ୍ପନ୍ନ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଧାର୍ମିକ ଓ ତେଜସ୍ୱୀ ହେବେ ।


କୁମ୍ଭ – ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଉପୁଜି ଥିବା ମନ-ମନାନ୍ତର ଦୂର ହେବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେବେ ।


ମୀନ – ଯାତ୍ରାଦିକୁ ଆନନ୍ଦ ମିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ସୁଭାଷୀ ହୋଇପାରନ୍ତି ।

411 Views

   ସମ୍ବନ୍ଧିତ ଖବର