Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୪ ଏପ୍ରିଲ ୨୦୧୯, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ମେଷ ଆଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ବ୍ୟକ୍ତିଙ୍କ ମନରେ ସରସତା ଆସିବ । ମିଷ୍ଟଭାଷୀ ଭାବେ ଜନାଦୃତ ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ଉନ୍ନତି ମାର୍ଗରେ ଆଗକୁ ବଢି ପାରନ୍ତି ।


ବୃଷ – ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରମଣାଦିରେ ଶାନ୍ତି ପାଇବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଅର୍ଥ ପ୍ରାପ୍ତି ସହିତ ଚିନ୍ତା ଦୂର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।


ମିଥୁନ – ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସୁଖ ସମ୍ମାନ ଲାଭ କରିପାରନ୍ତି । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ । ଉନ୍ନତି ମୂଳକ କାର୍ଯ୍ୟ କରି ଲାଭବାନ୍ ହେବେ ।


କର୍କଟ – ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସେବା-ପୂଜାରେ ମନୋନିବେଶ କରିପାରନ୍ତି । ବିନୟ ଭାବ ଯୁକ୍ତ ହେବେ । ମହାମାନବ ସବୃଶ ପୂଜ୍ୟ ହୋଇପାରନ୍ତି ।


ସିଂହ – ମଘା ଓ ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଦୂର ସଂପର୍କୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଭାବନାରେ ପବିବ୍ରତା ଜାରି ରହିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


କନ୍ୟା – ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ନିଜକୁ ନିଜେ ସାନ୍ତ୍ୱନା ଦେବେ । ବନ୍ଧୁ ମିଳନରେ ଉପକୃତ ହେବେ । ହର୍ଷ ଉଲ୍ଲାସ ମଧ୍ୟରେ ସମୟ କଟାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ତୁଳା – ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଲୋକସଂପର୍କ ବୃଦ୍ଧି ହେବ । ଯେକୌଣସି କାର୍ଯ୍ୟ କରିବା ପାଇଁ ସ୍ଥିତି ଅନୁକୂଳ ରହିବ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ ।


ବିଛା – ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସହାୟତା ମିଳିବ । ଧନଲାଭର ସୂଚନା ମିଳୁଛି । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଠ ହେବ ନାହିଁ ।


ଧନୁ – ମୂଳା ଓ ପୂର୍ବାଷାଢା ନକ୍ଷତ୍ର ଜାତବ୍ୟକ୍ତି ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହ, ସହାନୁଭୂତି ରହିବ । ପ୍ରଭୁକୃପା ଲାଭ କରିପାରନ୍ତି ।


ମକର – ଶ୍ରାବଣୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ଅସାଧ୍ୟ କାର୍ଯ୍ୟକୁ ସାଧନା କରିବାରେ ସଫଳ ହେବେ ।


କୁମ୍ଭ – ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପ୍ରାପ୍ତ ହେବେ । ତର୍କ,ବିତର୍କରେ ବିଜୟୀ ହେବେ । ରାଜକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ ।


ମୀନ – ଉତ୍ତରାଭାଦ୍ରବ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସୁଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

527 Views

   ସମ୍ବନ୍ଧିତ ଖବର