୩୧ ମାର୍ଚ୍ଚ ୨୦୧୯, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 31, 2019 IST

ମେଷ – ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଦେଖାଦେବ । ସାଙ୍ଗ ସାଥୀଙ୍କ ସହିତ ସମୟ ବିତାଇ ପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ ।

ବୃଷ – ବ୍ୟବସାୟ କାରବାରରେ ବୃଦ୍ଧି ଘଟିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

ମିଥୁନ - ସତ୍ୟନିଷ୍ଠ ଭାବେ କାର୍ଯ୍ୟ କରିବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ ।

କର୍କଟ – ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯିବେ । କଳହ ଠାରୁ ଦୁରେଇ ରହିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ବୁଦ୍ଧିମାନ୍ ହେବେ ।

ସିଂହ – ନିଜ ପ୍ରତି ଅବଜ୍ଞା ଅନୁଭବ କରିପାରନ୍ତି । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ଦାନଶୀଳ ହେବେ ।

କନ୍ୟା – ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ମନଇଚ୍ଚା କିଛି ନ କରି ପରାମର୍ଶ ନେଇ କାର୍ଯ୍ୟ କଲେ ଶୁଭଫଳ ମିଳିବ । ଭାଗ୍ୟବାନ ହେବେ । ମିତ୍ର ସୁଖ ମିଳିପାରେ ।

ତୁଳା – ଆୟ ବୃଦ୍ଧିର ସୂଚନା ମିଳୁଛି । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।

ବିଛା – ଭଲ ଆୟର ସମୟ ଉପସ୍ଥିତ । ବ୍ୟୟ ବୃଦ୍ଧିର ମଧ୍ୟ ସୂଚନା ମିଳୁଛି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ ।

ଧନୁ – ଭ୍ରମଣ ଯୋଗ ଅଛି । ଅର୍ଥାଗମର ସୂଚନା ମିଳୁଛି । ସୁସ୍ଥ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞଦଚଳ ପ୍ରକୃତିର ହେବେ ।

ମକର – ଦୂରଯାତ୍ରା ଫଳପଦ୍ର ହେବ । କୁଳଦୀପଲ ହୋଇପାରନ୍ତି । ମନରେ ପ୍ରସନ୍ନତା ଦେଖା ଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।

କୁମ୍ଭ  - ସେବାକୁ ଧର୍ମ ଭାବେ ଗ୍ରହଣ କରିବେ । ଭାଗ୍ୟଶାଳୀ ହେବେ । ବିଳାସ ବ୍ୟସନ ମଧ୍ୟରେ ଦିନଟି ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।

ମୀନ - ଅଜାଣତରେ କ୍ଷତି ସହିପାରନ୍ତି । ସାମାନ୍ୟ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସହ ଯୋଗୀ ବ୍ୟବସାୟରେ ଲାଭବାନ୍ ହେବେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.