୨୯ ମାର୍ଚ୍ଚ ୨୦୧୯, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 29, 2019 IST

ମେଷ – ବିଚାର ବିମର୍ଶ ଓ ଆଲୋଚନା ଦ୍ୱାରା ବିଶେଷ ଉପକୃତ ହେବେ । କେତେକ କ୍ଷେତ୍ରରେ ନିରବ ଦର୍ଶକ ହୋଇପାରନ୍ତି । କନ୍ୟା,ପୁତ୍ର,ପୌତ୍ର,ପ୍ରପୌତାଦି ଲାଭ କରି ଖୁସି ହେବେ ।

ବୃଷ – ନିଜ ମନକୁ ନିଜେ ସାନ୍ତ୍ୱନା ଦେବେ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ ।

ମିଥୁନ - ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଦୃଢ ମନୋବଳ ନେଇ କାର୍ଯ୍ୟର ଶୁଭାରମ୍ଭ କିରବେ । ବ୍ୟବସାୟ ଲାଭଜନକ ହେବ । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ ।

କର୍କଟ – ଦୂରଯାତ୍ରା ଆନନ୍ଦଦାୟକ ହେବ । କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି । ଉତ୍ତମ ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଲାଭର ସୂଚନା ମିଳୁଛି ।

ସିଂହ –ସାହସୀ ହେବେ । ବିଶ୍ୱାସର ପାତ୍ର ହୋଇପାରନ୍ତି । ସୁଖ ଭୋଗ କରିବେ । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ ମିଳିପାରେ ।

କନ୍ୟା – ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବ୍ୟୟ ପରିମାଣ ଅଧିକ ହୋଇପାରେ ।

ତୁଳା – ଜନ ସଂପର୍କ  ଉତ୍ତରୋତର ଉନ୍ନତି ହେବ । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ନାନାବିଧ ସମ୍ମାନର ଅଧିକାରୀ ହେବେ ।

ବିଛା – ମନର କଳ୍ପନା ବାସ୍ତବର ରୂପ ନେଇପାରେ । ସରକାରୀ ଧନ ପାଇବାର ସୂଚନା ମିଳୁଛି । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ବହୁମିତ୍ର, ବହୁ ଧନ ଓ ଭୋଗୀ ହୋଇପାରନ୍ତି ।

ଧନୁ – ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ରହିପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି ।

ମକର – କାର୍ଯ୍ୟ କରି ଚାଲିଲେ ବି ଦ୍ୱନ୍ଦ୍ୱରେ ପଡି ପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡିବ ।

କୁମ୍ଭ  - କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଉପୁଜି ଥିବା ସମସ୍ତ ସମସ୍ୟା ଦୂର ହୋଇପାରେ ।

ମୀନ - କୌଣସି କାରଣରୁ ମାନସିକ ସ୍ତରରେ ଅଶାନ୍ତି ଦେଖାଦେଇପାରେ । ଉଦାସୀନ ରହିପାରନ୍ତି । ବାଦ-ବିବାଦର ସମ୍ମୁଖୀନ ହେବେ । ମନ୍ତ୍ରଣାଦାତା ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.