୨୭ ମାର୍ଚ୍ଚ ୨୦୧୯, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 27, 2019 IST

ମେଷ – ଚୋରି ଦ୍ରବ୍ୟର ସନ୍ଧାନ ମିଳିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଧ୍ୟାନ-ଧର୍ମ ଉପରେ ନିଜର ଅଭିଳାଷପୂର୍ଣ୍ଣ କରିବେ । ସୁଖୀ ହେବେ । ନୁଦ୍ଧିମାନ୍ ହେବେ ।

ବୃଷ – ଭ୍ରାତୃ ବିବାଦର ସୁସମାଧାନ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନପ୍ରସନ୍ନ ରହିବ । ସରଳ,ସାବଲୀଳ ଭାଷା ପ୍ରୟୋଗ କରି ସମସ୍ତଙ୍କ ପ୍ରିୟଭାଜନ ହେବେ ।

ମିଥୁନ - ଭୋଜନରେ ତୃପ୍ତିଲାଭ କରିପାରନ୍ତି । ତରବର ନହୋଇ ଅପେକ୍ଷା କଲେ ସଫଳ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ ଓ ସହନଶୀଳ ହେବେ ।

କର୍କଟ – ବନ୍ଧୁ ସହାୟତା ପାଇ ଖୁସି ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ସହାୟତା ମିଳିବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।

ସିଂହ – ମନରେ ଉଦ୍ବେଗ ଜାତ ହୋଇପାରେ । ଭୁଲ କାର୍ଯ୍ୟ କରି ଅନୁତପ୍ତ ହୋଇପାରନ୍ତି । ଥଣ୍ଡା-କଫରେ ପୀଡିତ ହୋଇପାରନ୍ତି । ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହୋଇପାରନ୍ତି ।

କନ୍ୟା – ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ ।

ତୁଳା – କର୍ତ୍ତବ୍ୟ ପାଳନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବଂଶର ମର୍ଯ୍ୟାଦା ପ୍ରାପ୍ତ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହିବେ ।

ବିଛା – କଳାବିଦ୍ୟା ପ୍ରତି ଆଗ୍ରହୀ ହେବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ଧନୁ – ଗୃହ ଓ ପାରିବାରିକ ସୁଖ,ଶାନ୍ତି ପାଇଁ କାର୍ଯ୍ୟ କରିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ଉଠାଇ ପାରନ୍ତି । କ୍ରୋଧ ସମ୍ବରଣ କଲେ ସହ ଯୋଗ ବ୍ୟକ୍ତିଙ୍କ ସମର୍ଥନ ପାଇ ପାରନ୍ତି ।

ମକର – ପରୋପକାରରେ ସମୟ ଦେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭ ଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି ।

କୁମ୍ଭ  - ମାନସିକ ଶକ୍ତି ଫେରି ପାଇବେ । ଶତ୍ରୁ ବିନାଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ ।

ମୀନ - ବନ୍ଧୁ ସଂପର୍କ ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୌଭାଗ୍ୟ ଉଦୟ ହୋଇଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.