୨୬ ମାର୍ଚ୍ଚ ୨୦୧୯, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 26, 2019 IST

ମେଷ – କାର୍ଯ୍ୟର ସଫଳ ରୂପାୟନ କରି ଆନନ୍ଦ ଅନୁଭବ କରିବେ । ଜିଦ୍ଖୋର ନ ହୋଇ ଶାନ୍ତ ଓ ଧୈର୍ଯ୍ୟବାନ୍ ହେଲେ ମର୍ଯ୍ୟାଦା ପ୍ରାପ୍ତ ହେବେ । କୃଷି କର୍ମ ଲାଭ ଦାୟକ ହେବ ।

ବୃଷ – ଧନ ଅର୍ଜନ ପାଇଁ ଲାଗି ପଡିବେ । ଉଚ୍ଚ ସମ୍ମାନ ଲାଭ କରିବେ । ସକଳ ଗୁଣର ଆଧାର ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖୀ ହେବେ ।

ମିଥୁନ - ଆନନ୍ଦ ଉତ୍ସବ ଲାଗି ରହିବ । ଆଶାବାଦୀ ହୋଇପାରନ୍ତି । ତ୍ୟାଗଶୀଳ ହେବେ । ନୀତିଜ୍ଞ ହେବାର ଜଣାପଡୁଛି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହେବେ ।

କର୍କଟ – ବହୁ ବିଦ୍ୟା ପାରଙ୍ଗମ ହେବେ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି ।

ସିଂହ – ଆତ୍ମୀୟମାନଙ୍କର ସମର୍ଥନ ପାଇ ପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ବ୍ୟୟବୃଦ୍ଧିର ସମ୍ମୁଖୀନ ହେବେ ।

କନ୍ୟା – ଅଯାଚିତ ସାହାର୍ଯ୍ୟ ମିଳିପାରେ । ଆୟ ଆଶାନୁରୂପ ହେବ । ନାନାବିଧ ସମ୍ମାନର ଅଧିକାରି ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଜୀର୍ତ୍ତିମାନ ହୋଇପାରନ୍ତି ।

ତୁଳା – ଯାତ୍ରାଜନିତ କ୍ଲାନ୍ତି ବୃଦ୍ଧି ହୋଇପାରେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବ । ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ ।

ବିଛା – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବିଳାସ-ବ୍ୟସନ କରିପାରନ୍ତି । ଗୁପ୍ତ ବିଦ୍ୟାରେ ରୁଚି ରହିବ । ଧନବାନ୍ ହେବେ । ସ୍ତ୍ରୀ ମୋହନକାରୀ ସକ୍ଷମ ହେବେ ।

ଧନୁ – ସୁସ୍ଥ ଓ ନିରାମୟ ରହୁଥିବା ବେଳେ ସାମାନ୍ୟ ଅସୁସ୍ଥତା ସାମୟିକ ଭାବେ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗବ୍ୟବସାୟ ଲାଭଜନକ ହେବ ।

ମକର – ଯୋଗାଯୋଗରେ ସଫଳତା ମିଳିବ । ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ ।

କୁମ୍ଭ - କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣକୁ ବୁଦ୍ଧିବଳରେ ଅପସାରିତ କରିପାରନ୍ତି । ଏଥିପାଇଁ ନିଜେ ଗର୍ବିତ ହେବେ । ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେଇ ତାକୁ ଚୁପ୍ କରାଇ ଦେଇପାରନ୍ତି ।

ମୀନ - ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କନ୍ୟା,ପୁତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ପ୍ରଚୁର ଧନଲାଭ କରି ଉତ୍ଫୁଲ୍ଲିତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.