Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାର୍ଚ୍ଚ ୨୫, ସୋମବାର; ଆଜିର ଦିନଟି କେଉଁ ରାଶି ପାଇଁ କେମିତି ରହିବ ଜାଣନ୍ତୁ

ମେଷ – ବନ୍ଧୁ ସହଯୋଗ ପାଇବା କଷ୍ଟସାଧ୍ୟ ହୋଇପାରେ । ମନୋବଳ ଦୃଢ ରହିବ । ସେବା ଭାବନା ମନରେ ଜାଗ୍ରତ ହୋଇପାରେ । ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି ।


ବୃଷ – ଅଧୈର୍ଯ୍ୟ ହେଲେ କ୍ଷତି ସହି ପାରନ୍ତି । ଲୋଭଗ୍ରସ୍ତ ହୋଇପାରନ୍ତି । ଉପୁଜି ଥିବା ସମସ୍ତ ଆଶଙ୍କା ଦୂର ହେବ । ଶାନ୍ତି ଲାଭ କରିବେ । ପାରିବାରିକ ସୁଖ ମିଳିବ ।


ମିଥୁନ – ଚାହୁଁ ଥିବା ସାହାର୍ଯ୍ୟ ପାଇ ପାରନ୍ତି । ସ୍ୱାଧୀନଚେତ୍ତା ଭାବେ କାର୍ଯ୍ୟ କରି ଅପୂର୍ବ ସଫଳତା ଲାଭ କରିବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଅର୍ଥ ମିଳିବ ।


କର୍କଟ – ପାରିବାରିକ ସୁଖ ଅବ୍ୟାହତ ରହିବ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ ବିଳମ୍ବରେ ଭଲ ରୋଜଗାର ହେବ ।


ସିଂହ – ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବାର ସୁଯୋଗ ସୃଷ୍ଟି ହୋଇଛି । ସମ୍ମାନିତ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ ।


କନ୍ୟା – ଅର୍ଥାଭାବ ଦୂରେଇ ଯିବ । ଘାତଚନ୍ଦ୍ର ହେତୁ ଅଶୁଭ ଥାଇ ବି, ପ୍ରତ୍ୟେକ କ୍ଷେତ୍ରରେ ସଫଳ କାମ ହେବେ । ବ୍ୟବସାୟ ଲାଭଜନକ ହେବ । କୀର୍ତ୍ତିମାନ ହେବେ ।


ତୁଳା – କର୍ତ୍ତବ୍ୟନିଷ୍ଠ ହେବେ । ଆପଣଙ୍କ ଚେଷ୍ଟା ଶୁଭପ୍ରଦ ହେବ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ ।


ବିଛା – ଆମୋଦ-ପ୍ରମୋଦ ପ୍ରତି ଆକର୍ଷିତ ହୋଇପାରନ୍ତି । କଠିନ କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।


ଧନୁ – ବିପଦରୁ ଅଳ୍ପକେ ରକ୍ଷା ପାଇଯିବେ । ବନ୍ଧୁ ସୁଖ ମିଳିପାରେ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । କର୍ମ ତତ୍ପରତା ପ୍ରକାଶ ପାଇବ । ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ ।


ମକର – ଭ୍ରାତୃ ବିବାଦ ଦୂରେଇ ଯିବ । ଦୃଢ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଉପଯୁକ୍ତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି ।


କୁମ୍ଭ – ନୂଆ ରୋଜଗାରର ପନ୍ଥା ପ୍ରସ୍ତୁତ କରିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ ।


ମୀନ – ଅଯଥାରେ ଅସୁବିଧାରେ ପଡିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି, ମାତ୍ର କିଛି ସୁଯୋଗ ନ ଥାଇ ମଧ୍ୟ ହଠାତ୍ କିଛି ଅର୍ଥ ମିଳିବ । ଶରୀର ସୁସ୍ଥ ରହିବ ।

301 Views

   ସମ୍ବନ୍ଧିତ ଖବର