Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

୨୪ ମାର୍ଚ୍ଚ ୨୦୧୯, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

24/03/2019 at 8:20 AM

ମେଷ – ପଡୋଶୀମାନେ ପ୍ରତିହଂସା ପରାୟଣ ହୋଇ ଅସୁବିଧାରେ ପକାଇବାକୁ ବୃଥା ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ବିବାଦରେ ବିଜୟୀ ହେବେ ।
ବୃଷ – ସଞ୍ଚୟରେ ସଫଳ ହେବେ । ଲୋଭଗ୍ରସ୍ତ ହୋଇପାରନ୍ତି । ସୌଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ବିଭିନ୍ନ ଦିଗରୁ ଧନାଗମ ହେବ ।
ମିଥୁନ – ସରକାରୀ ସହାୟତା ସହିତ ଭାଇଙ୍କ ସହଯୋଗ ପ୍ରାପ୍ତ ହେବେ । ଉତ୍ତମ ଭୋଜନ ପାଇ ତୃପ୍ତି ହେବେ । ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ ।
କର୍କଟ – ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ । ମଧୁର ବଚନ କହି ଅନ୍ୟମାନଙ୍କ ମନତୋଷ କରିପାରନ୍ତି ।
ସିଂହ – ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଜନସାଧାରଣଙ୍କର ପ୍ରିୟ ପାତ୍ର ହେବେ ।
କନ୍ୟା – ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ପରିବାରରେ ମୁଖ୍ୟ ହେବେ ।
ତୁଳା – ବିପଦ ଦୂରେଇ ଯିବ । ସ୍ନେହ, ସହାନୁଭୂତି ମିଳିବ । ଭାଗ୍ୟଶାଳୀ ହେବେ । ଦିନଟି ଆନନ୍ଦ ଉପଭୋଗରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।
ବିଛା – ରୋଜଗାର ଧୀରେ ଧୀରେ କମି ଯାଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ପ୍ରତିଶୋଧ ପରାୟଣ ମନୋବୃତ୍ତି ରହିବ । ସ୍ୱାଭିମାନୀ ହୋଇପାରନ୍ତି ।
ଧନୁ – ବିଦେଶ ଭ୍ରମଣର ସୁଯୋଗ ଅଛି । ସୁଖ ସମ୍ଭୋଗ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଗ୍ରହଣ କରିବେ । ବନ୍ଧୁ ସହାୟତା ପାଇ ଖୁସି ହେବେ ।
ମକର – ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରନ୍ତି । ଏପରି ପରିସ୍ଥିତି ସୃଷ୍ଟି ହେବ, ଯେଉଁଥି ପାଇଁ କ୍ରୋଧ ସମ୍ବରଣ କରିବା ସମ୍ଭବ ନୁହେଁ ।
କୁମ୍ଭ – ଅର୍ଥ ପ୍ରାପ୍ତିର ସୂଚନା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ଦାନ-ଧର୍ମ କରିପାରନ୍ତି ।
ମୀନ – ଉପୁଜି ଥିବା ଅଶାନ୍ତି ଦୂର ହୋଇପାରେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଦୀକ୍ଷାଭାବେ ଗ୍ରହଣ କରିବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ ।

   Related Posts