Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୭ ମାର୍ଚ୍ଚ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଶ – ଅତିଥି ସତ୍କାର କରିପାରନ୍ତି । ଧନ-ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଗୁରୁକୃପା ଲାଭ କରିପାରନ୍ତି ।

ବୃଷ – ଆପଣଙ୍କ ମନରେ ଉପୁଜିଥିବା ସନ୍ଦେହମୋଚନ ହେବ । ଦୃଢ ମନୋବଳକୁ ପାଥେୟ କରି କର୍ମ ମାର୍ଗରେ ଅଗ୍ରସର ହେବେ । ଅର୍ଥ ପ୍ରାପ୍ତିର ସୁଖ ଅନୁଭବ କରିପାରନ୍ତି ।

ମିଥୁନ – ପରିଶ୍ରମୀ ହେବେ ଓ ତା’ର ମୂଲ୍ୟ ମିଳିବ । କାର୍ଯ୍ୟ ସଂପାଦନ କରିବା କଷ୍ଟସାଧ୍ୟ ହେବ । ବିନୟୀ ସ୍ୱଭାବର ସମ୍ପନ୍ନ ହେବେ । ଜଣେ ମହାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ ।

କର୍କଟ- ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିବେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଦୁର୍ବଳ ରହିପାରନ୍ତି । ପ୍ରତିହିଂସା ପରାୟଣ ହେବେ ।

ସିଂହ – ସୌଭାଗ୍ୟ ଉଦୟ ହୋଇଛି । ବନ୍ଧୁ ସହାୟତା ପାଇ ଉତ୍ଫୁଲ୍ଲିତ ହେବେ । ଉନ୍ନତି ପଥରେ ଆଗକୁ ମାଡି ଚାଲିବେ । ଭାଗ୍ୟଶାଳୀ ହୋଇପାରନ୍ତି ।

 କନ୍ୟା – ଦୃଢ ମନୋବଳକୁ ପାଥେୟ କରି କର୍ମ ମାର୍ଗରେ ଆଗକୁ ବଢିବେ । ଶୁଭ ଫଳ ସଂବାଦ ପଡାଇ ଖୁସି ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।

ତୁଳା – ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡିବ । ଭାଷାବିତ୍ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ରାଜପୂଜିତ ହେବେ ।

ବିଛା – ପିତା-ମାତାଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିପାରନ୍ତି । ଭିନ୍ନ ଭିନ୍ନ ସୂତ୍ରରୁ ଲାଭବାନ୍ ହେବେ । ମାନସିକ ସାନ୍ତି ଫେରି ପାଇବେ । ବିବାଦରେ ବିଜୟୀ ହେବେ ।

ଧନୁ – ପରିସ୍ଥିତି ଆୟତ୍ତାଧୀନ ହେବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସ୍ୱଭାବନାର କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରିବେ । କୁଶଳ ସମାଚାର ପାଇ ଗର୍ବିତ ହେବେ ।

ମକର – ବିଭିନ୍ନ ଦିଗରୁ ଆୟ ଆସିବାର ସୂଚନା ମିଳୁଛି । ଆଳସ୍ୟ ପରାୟଣ ହୋଇପାରନ୍ତି । ବ୍ୟୟ ବୃଦ୍ଧି ଯୋଗୁଁ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି ।

କୁମ୍ଭ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଚିନ୍ତାଧାରା ଆପ୍ୟାୟିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ବ୍ୟବସାୟ ଲାଭଜନକ ହେବ ।

ମୀନ – ଦ୍ରବ୍ୟହାନି ଘଟିବାର ସମ୍ଭାବନା ଅଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ସାମାନ୍ୟ ମାତ୍ରାର ଶାରିରୀକ ପୀଡା ଅନୁଭବ କରିପାରନ୍ତି ।

187 Views

   ସମ୍ବନ୍ଧିତ ଖବର