୧୬ ମାର୍ଚ୍ଚ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 16, 2019 IST

ମେଶ – ବିଭିନ୍ନ ସୂତ୍ରରୁ ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।

ବୃଷ – ରୋଜଗାରର ମାର୍ଗ ଉନ୍ମୁକ୍ତ ରହିଛି । ଶ୍ରମ ସାର୍ଥକ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।

ମିଥୁନ - ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।

କର୍କଟ- ଚିନ୍ତାମୁକ୍ତ ହୋଇପାରନ୍ତି । ସାମାନ୍ୟ ମାତ୍ରାର ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ସମାଜର ଆଦରଣୀୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି ।

ସିଂହ – ଦୁର୍ଘଟଣାରୁ ରକ୍ଷା ପାଇଯିବେ । ବନ୍ଧୁମାନଙ୍କ ଠାରୁ ସାହାର୍ଯ୍ୟ ସହାନୁଭୂତି ପାଇ ଉତ୍ଫୁଲ୍ଲିତ ହେବେ । ବ୍ୟବସାୟ ଲାଭଜନକ ହେବ । ସେବକ ମନୋବୃତ୍ତିର ହୋଇପାରନ୍ତି ।

 କନ୍ୟା – ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଭଲ ମନ୍ଦ ନିଶ୍ରିତ ଫଳ ମିଳିବ ।

ତୁଳା – ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହେବାର ପୂର୍ବାନୁମାନ କରାଯାଇଛି । ଲଟେରି କିଣିବାର ସୁଯୋଗ ଅଛି ।

ବିଛା - ଧନ ପ୍ରାପ୍ତିର ସୁଖ ଭୋଗ କରିପାରନ୍ତି । ସେହି ଧନ ପାଇଁ ବାଦାନୁ ବାଦ ଉପୁଜି ପାରେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି ।

ଧନୁ – ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ଅନ୍ୟମାନଙ୍କୁ ସଙ୍ଗଠିତ କରିପାରନ୍ତି । ମନ ପ୍ରସନ୍ନ ରହିବ ।

ମକର – ଅନ୍ୟକଥାରେ ପ୍ରଭାବିତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।

କୁମ୍ଭ - ସଞ୍ଚୟର ଉପଯୋଗ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ନିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଋଣକ୍ଷେତ୍ରରେ ସୈନିକର ମନୋବଳ ଅତୁଟ ରହିବ ।

ମୀନ - ଦକ୍ଷତା ପ୍ରତିପାଦନ କରି ଲାଭବାନ୍ ହେବେ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଉଧୁରଭାଷୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.