Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୫ ମାର୍ଚ୍ଚ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

15/03/2019 at 8:05 AM

ମେଶ – ଧନ ପ୍ରାପ୍ତ ହୋଇ ଆନନ୍ଦ ଅନୁଭବ କରିପାରନ୍ତି । ମନରେ ପ୍ରସନ୍ନ ଭାବ ଦେଖା ଦେବ । ବ୍ୟବହାର କୁଶଳତା ଯୋଗୁଁ ସାଧାରଣରେ ପ୍ରତିଷ୍ଠା ଲାଭ କରିବେ ।

ବୃଷ – ଯାତ୍ରା ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବିତ ହୋଇପାରେ ।

ମିଥୁନ – ପରିସ୍ଥିତିକୁ ମୁକାବିଲା କରି ଅଭିଜ୍ଞତା ଅର୍ଜନ କରିପାରନ୍ତି । ସେତେଟା ସୁଖ ମିଳିବା କଷ୍ଟସାଧ୍ୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।

କର୍କଟ- ଚିନ୍ତାମୁକ୍ତ ହୋଇପାରନ୍ତି । ବନ୍ଧୁ ସୁଖ ମିଳିବ । ସୁଖ-ସମ୍ଭୋଗ ପାଇଁ ବାତାବରଣ ଅନୁକୂଳ ରହିଛି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।

ସିଂହ – ମନରେ ବ୍ୟାକୁଳତା ବୃଦ୍ଧି ପାଇବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । ମନରେ କ୍ଳେଶ ଜାତ ହୋଇପାରେ ।  ସୁସ୍ଥ ଓ ନିରାମୟ ରହିବେ ।

 କନ୍ୟା – ଏକ ଅପୂର୍ବ ସୁଯୋଗ ହସ୍ତଗତ ହୋଇପାରେ । ବିଭିନ୍ନ ଦିଗରୁ ସ୍ୱଳ୍ପ ମାତ୍ରାର ଆର୍ଥିକ ସ୍ରୋତ ବହି ଆସିପାରେ । କର୍ମ ଚଞ୍ଚଳ ରହିବେ । ହଠାତ୍ କିଛି ଅର୍ଥ ମିଳିପାରେ ।

ତୁଳା – ପାରିବାରିକ ସୁଖ ଆବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । କୃଷିକ୍ଷେତ୍ରରୁ ଲାଭବାନ୍ ହେବେ । ଯାନ- ବାହନ ସୁଖ ମିଳିପାରେ । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି ।

ବିଛା – ବିଭିନ୍ନ ସୂତ୍ରରୁ ଅର୍ଥ ପାଇ ଖୁସି ହୋଇପାରନ୍ତି । ମାନସିକ ଶାନ୍ତି ଫେରି ପାଇବେ । ଲାଗି ରହିଥିବା ବିବାଦରେ ବିଜୟ ଲାଭ କରିପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।

ଧନୁ – ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଆଶାବାଦୀ ହୋଇପାରନ୍ତି । ନିଜ କର୍ତ୍ତବ୍ୟ ସମ୍ପାଦନ କରି ପାଇଥିବା ପାରିଶ୬ମିକରେ ଚଳିବେ ।

ମକର – ନିର୍ବିଘ୍ନରେ କାର୍ଯ୍ୟ କରି ଚାଲିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଗୁଣବାନ୍ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀନ ଯାପନ କରିବେ ।

କୁମ୍ଭ – ବ୍ୟବସାୟରେ କାରବାର ବୃଦ୍ଧି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଭ୍ରାତୃଭାବ ଅତୁଟ ରହିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି ।

ମୀନ – ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସମ୍ମାନିତ ହେବେ. ଆଧ୍ୟାତ୍ମିକ ଚିନ୍ତାଧାରା ଯୁକ୍ତ ହୋଇପାରନ୍ତି ।

   Related Posts