Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୪ ମାର୍ଚ୍ଚ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଶ – ଅଜାଣତରେ ପ୍ରତାରିତ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ନିଜ କିଳକୁ ଉଜ୍ଜ୍ୱଳମୟ କରି ଗଢି ତୋଳିବେ । ମନ ପ୍ରସନ୍ନ ରହିବ । ସୁସ୍ଥ  ଓ ନିରାମୟ ରହିବେ ।

ବୃଷ – ଦୂରଦୃଷ୍ଟି ସମ୍ପନ୍ନ ହେବେ । ପରୋପକାରୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।

ମିଥୁନ – ଦେହ ଓ ମନ ଭଲ ରହିଲେ ବି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବ ପରିତ୍ୟାଗ କଲେ ସାମାଜିକ ଆଦର ମିଳିବ । ସ୍ୱାଭିମାନୀ ହୋଇପାରନ୍ତି ।

କର୍କଟ- ଉତ୍ସବାଦିରେ ବନ୍ଧୁଙ୍କ ସହ ମିଳିତ ହେବେ । ସୁଖ-ସମ୍ଭୋଗ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ଭାବେ ଜୀବନ ନିର୍ବାହ କରିବେ ।

ସିଂହ – ମୂଲ୍ୟବାନ୍ ଦ୍ରବ୍ୟାଦି ଲାଭ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

 କନ୍ୟା – ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତିରେ ମନ ବଳାଇ ପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଚି । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ ।

ତୁଳା – ଜଞ୍ଜାଳ ମୁକ୍ତ ହୋଇ ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ ଧର୍ମକୁ ଅଗ୍ରାଧିକାର ଦେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।

ବିଛା – କୌଣସି କାର୍ଯ୍ୟରେ ତ୍ରୁଟି ଥିଲେ ତାକୁ ନିଜ ବୁଦ୍ଧିବଳରେ ସଜାଡି ପାରିବେ । ମନ ପ୍ରସନ୍ନ ରହିବ ।  ଆସ୍ତିକ ସ୍ୱଭାବର ହୋଇପାରନ୍ତି । ସାନ ଭାଇମାନଙ୍କ ଠାରୁ ଆଦର ,ସମ୍ମାନ ମିଳିବ ।

ଧନୁ – ଉତ୍ସବାଦିରେ ଯୋଗଦାନ କରିବେ । ମନରେ କୌଣସି କାରଣରୁ ଉଦ୍ବେଗ ଜାତ ହୋଇପାରେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି ।

ମକର – କର୍ମ ଚଞ୍ଚଳ ରହିବେ । ଶ୍ରୀଚନ୍ଦ୍ର ଭୋଗ ହେଉôତବାରୁ ଦିବ୍ୟ ଭୋଜନରେ ଆପ୍ୟାୟିତ ହେବେ । ଶକ୍ତିମାନ୍ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଧନ ସମ୍ପଦ ଭରପୂର ରହିବ ।

କୁମ୍ଭ – ଆପଣଙ୍କ ବିରୁଦ୍ଧରେ ଚାଲିଥିବା ଷଡଯନ୍ତ୍ରରୁ ବର୍ତ୍ତି ଯିବେ ଓ ତାକୁ ପ୍ରତିହତ କରି କର୍ମ ମାର୍ଗରେ ଆଗକୁ ବଢିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ ।

ମୀନ – ଧନ ସମ୍ପଦ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜ କୋଷ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଲୋକ ପ୍ରିୟତା ଅର୍ଜନ କରିବେ ।

224 Views

   ସମ୍ବନ୍ଧିତ ଖବର