Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨ ମାର୍ଚ୍ଚ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ପରୋପକାର କରି ଆତ୍ମ ସନ୍ତୋହ ମିଳିବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି ।


ବୃଷ – ଅତ୍ୟଧିକ ଅର୍ଥପ୍ରାପ୍ତି ଆଶାରେ କାର୍ଯ୍ୟ ବ୍ୟସ୍ତ ରହିବେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଦ୍ରବ୍ୟନଷ୍ଟ ହେବାର ସୂଚନା ମିଳୁଛି । ପରୋପକାରୀ ହେବେ ।


ମିଥୁନ – କାର୍ଯ୍ୟକ୍ଷେତ୍ର ଲାଭଦାୟକ ହେବ । ସୁଖ ସମ୍ଭୋଗ କରିପାରନ୍ତି । ବହୁ ଶୁଭଫଳ ଆଶା କରାଯାଏ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି ।


କର୍କଟ- ମାନସିକ ସ୍ତରରେ ଆଘାତ ପ୍ରାପ୍ତ ହୋଇପାରନ୍ତି । କୌଣସି ଏକ ଅଘଟଣକୁ ନେଇ କ୍ରୋଧିତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି ।


ସିଂହ – କାର୍ଯ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ପରଚର୍ଚ୍ଚାର ବିରତ ହେଲେ ଲୋକଙ୍କ ଆସ୍ଥାଭାଜନ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


କନ୍ୟା – ଆର୍ଥାଭାବ ଅନୁଭବ କରିପାରନ୍ତି । କଳହ ମୁକ୍ତ ରହିଲେ ଲୋକ ସମର୍ଥନ ମିଳିବ । ବହୁ ଶୁଭଫଳର ସଙ୍କେତ ମିଳୁଛି । ସରକାରୀସ୍ତରରୁ ସମ୍ମାନ ମିଳିବ ।


ତୁଳା – ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ହର୍ଷଯୁକ୍ତ ହେବେ । ବିଶୁଦ୍ଧଭାଷୀ ହୋଇପାରନ୍ତି ।


ବିଛା – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଧନ ଭୋଗ କରିପାରନ୍ତି । ଐଶ୍ଚର୍ଯ୍ୟ ପ୍ରାପ୍ତିର ସୁ୍ୋଗ ସୃଷ୍ଟି ହୋଇଛି । ତେଜୀୟାନ ହେବେ ।


ଧନୁ – ମୂଲ୍ୟବାନ୍ ଦ୍ରବ୍ୟ ଲାଭର ଶୁଭ ସଙ୍କେତ ଅଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ଦୀର୍ଘ ଦିନର ଆଶା ଫଳବତୀ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମକର – ଧନାଦି ପ୍ରାପ୍ତିର ସୁଯୋଗ ଜିଟିଛି । କୁଶଳ ସମାଚାର ପାଇ ଉତ୍ଫୁଲ୍ଲିତ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି ।


କୁମ୍ଭ – ସତ୍ପଥଗାମୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପ୍ରଶଂସାର ପାତ୍ର ହେବେ । ପ୍ରବାସୀ ହୋଇପାରନ୍ତି । ପିତାଙ୍କ ପଥ ଅନୁସରଣ କରି କାର୍ଯ୍ୟ କରିବେ ।


ମୀନ – ଚିନ୍ତାମୁକ୍ତ ହୋଇପାରନ୍ତି । ପରିଶ୍ରମର ମୂଲ୍ୟ ପାଇ ଖୁସି ହେବେ । ସମ୍ମାନିତ ହୋଇପାରନ୍ତି । ଚିନ୍ତାଧାରା ଆଧ୍ୟାତ୍ମ ମାର୍ଗୀ ହେବ । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।

315 Views

   ସମ୍ବନ୍ଧିତ ଖବର