Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୦ ମାର୍ଚ୍ଚ, ରବିବାର : ଜାଣନ୍ତୁ ଆଜିର ଦିନଟି କେଉଁ ରାଶି ପାଇଁ କିଭଳି ରହିବ

ମେଶ – ଅଧିକ ଦାୟିତ୍ୱ ବହନ କରିବେ । କୌଶଳରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ତ୍ୟାଗଶୀଳ ହେବେ । ନିତିଜ୍ଞ ଭାବେ ସମ୍ମାନିତ ହେବେ ।

ବୃଷ – ଆୟ ଆଶାନୁରୂପ ହେବ । ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

ମିଥୁନ – ବିପଦ ଉଡାଇବାକୁ ହେଲେ ସତର୍କତା ଲୋଡା । ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଭାଗ୍ୟବାନ ହେବେ । ବ୍ୟବସାୟ ଲାଭଜନକ ହେବ ।

କର୍କଟ- ପାରମ୍ପରିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ ।

ସିଂହ – ଖୁସିରେ ସମୟ ବିତାଇବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ବହୁ ସୁଖର ଅଧିକାରୀ ହୋଇପାରନ୍ତି ।

 କନ୍ୟା – କାର୍ଯ୍ୟରେ ସଫଳତା ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଜନୈକା ମହିଳାଙ୍କ ସହାୟତାରୁ ଉପକୃତ ହେବେ ।

ତୁଳା – ଧନକ୍ଷୟ ହେବାର ସୂଚନା ମିଳୁଛି । ଚିନ୍ତାଗ୍ରସ୍ତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭାଗ ବ୍ୟବସାୟ ଲାଭଜନକ ହେବ ।

ବିଛା – ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବନ୍ଧୁ ସହାୟତାରେ ବିଶେଷ ଉପକୃତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ଧନୁ – ପ୍ରତିଶୋଧ ପରାୟଣ ହୋଇପାରନ୍ତି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଶତ୍ରୁ ଆପଣା ଛାଏଁ ଅପସରି ଯିବେ ।

ମକର – ଆଳସ୍ୟ ଅନୁଭବ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଋଣ ପରିଶୋଧ କରିପାରନ୍ତି ।

କୁମ୍ଭ – ହାତକୁ ନେଇଥିବା କାର୍ଯ୍ୟକ୍ରମର ସଫଳ ରୂପାୟନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି । ଜଣେ ପରାମର୍ଶଦାତା ଭାବେ ଗର୍ବିତ ହୋଇପାରନ୍ତି ।

ମୀନ – ମିଳିଥିବା ସୁଯୋଗକୁ ହାତଛଡା କରିବେ ନାହିଁ । ପ୍ରତିଯୋଗିତାରେ ପ୍ରତିଷ୍ଠା ଲାଭ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି ।

264 Views

   ସମ୍ବନ୍ଧିତ ଖବର