Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୫ ମାର୍ଚ୍ଚ ମଙ୍ଗଳବାର, କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ ଜାଣନ୍ତୁ

5/03/2019 at 7:55 AM

ମେଷ – ମନ ବ୍ୟାକୁଳିତ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ସରକାରୀ ଅର୍ଥ ପାଇପାରନ୍ତି । ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ ।


ବୃଷ – ପାରିବାରିକ ସ୍ତରରେ ବାଦ-ବିବାଦ ଉପୁଜି ପାରେ, ଆନନ୍ଦ ଉତ୍ସବ ଉଣା ହେବ ନାହିଁ । ବୁଦ୍ଧିମାନ୍ ହେବେ । ସରକାରୀ ମାନ୍ୟତା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ମିଥୁନ – ଯୋଜନା ଫଳପ୍ରସୂ ହୋଇପାରେ । ନିର୍ଭୀକ ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । ରାଜ ପ୍ରାସାଦ ହେତୁକ ସୁଖ ମିଳିପାରେ । ଯାନ-ବାହନ ସୁଖ ପାଇ ପାରନ୍ତି ।


କର୍କଟ- ଅଟକି ରହିଥିବା ଅର୍ଥ ମିଳିପାରେ । ସେଥିପାଇଁ ଆତ୍ମସନ୍ତୋଷ ମିଳିପାରେ । ଉଚ୍ଚଆଶା ଫଳବତୀ ହେବ । ବିଭିନ୍ନ ସ୍ତରରେ ପ୍ରଶଂସିତ ହୋଇପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ ।


ସିଂହ – ଯାନ-ବାହନ ଚଳାଚଳ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିବ । ପାରିବାରିକ ସୁଖ ମିଳିପାରେ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ବୟବସାୟ ଲାଭଜନକ ହେବ ।


କନ୍ୟା – ବିରୋଧରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । ବିଳାସ ବ୍ୟସନ ପାଇଁ ଉତ୍ସାହ ବୃଦ୍ଧି ପାଇବ ।


ତୁଳା – ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । କିଛି କାର୍ଯ୍ୟ କରିବାକୁ ହେଲେ ଅନ୍ୟର ସହାୟତା ନେବାକୁ ପଡିବ । ଶୁଭା ଶୁଭ ମିଶ୍ରିତ ଫଳ ମିଳିବ ।


ବିଛା – ନିଜ ଅଧିକାର ସାବ୍ୟସ୍ତ କରି ଆଗକୁ ବଢି ଚାଲିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଯଥେଷ୍ଟ ପରିମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ବନ୍ଧୁ ସହାୟତା ମିଳିବ ।


ଧନୁ – ଆତ୍ମୀୟମାନଙ୍କ ଅକୁଣ୍ଠ ସମର୍ଥନ ପାଇବେ । ପାରିବାରିକ ସୁଖ ମିଳିବ । ମନ ପ୍ରସନ୍ନ ରହିବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରି ଆତ୍ମହରା ହୋଇପାରନ୍ତି ।


ମକର – ପ୍ରିୟ ଲୋକଙ୍କ ସାହାର୍ଯ୍ୟ ସହାନୁଭୂତି ପାଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନ ଲାଭର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଗୁରୁକୃପା ଲାଭ କରିବେ ।


କୁମ୍ଭ – ଧର୍ମ ସଭାରେ ନିଜକୁ ସାମିଲ କରିପାରନ୍ତି । ଭଲ ଆୟ ହେବ, ମାତ୍ର ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।


ମୀନ – ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ତ୍ତବ୍ୟନିଷ୍ଠ ହେବେ । ପ୍ରତାରିତ ହୋଇପାରନ୍ତି । ମାର୍ଗ କ୍ଳେଶକର ହେଲେ ବି ବହୁ ଶୂଭଫଳ ଆଶା କରାଯାଏ ।

   Related Posts