Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

୨୬ ଫେବୃଆରୀ, ମଙ୍ଗଳବାର : ଆଜିର ଦିନଟି କାହା ପାଇଁ କେମିତି ରହିବ ଜାଣନ୍ତୁ

26/02/2019 at 7:51 AM

ମେଷ – ଇଚ୍ଛା କଲେ କର୍ମଧାରାର ପରିବର୍ତ୍ତନ କରାଇ ପାରନ୍ତି । ଉଦାର ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ଦାନଶୀଳ ହେବେ । ନିର୍ମଳ ଚରିତ୍ରବ୍ରତାର ପରିଚୟ ସୃଷ୍ଟି କରିବେ ।


ବୃଷ – ରୋଜଗାର ବୃଦ୍ଧି ହେବାର ସୂଚନା ମିଳୁଛି । ରୋଜଗାର ଉଣା କରିବାକୁ ପ୍ରତିବାଦୀ ଉଦ୍ୟମ ଚଳାଇବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତି ସମ୍ପନ୍ନ ହେବେ ।


ମିଥୁନ – ଆୟ ମଧ୍ୟମ ଧରଣର ହେବ । ଲୋଭଗ୍ରସ୍ତ ହୋଇପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ପୂଜନୀୟ ହୋଇପାରନ୍ତି ।


କର୍କଟ- ସୁଖ ଶାନ୍ତି ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବଳଶାଳୀ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମୋକଦ୍ଦମାରେ ବିଜୟୀ ହେବେ ।


ସିଂହ – ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସ୍ନେହୀ ଓ ମିଷ୍ଟଭାଷୀ ହେବେ । ରାଜଯୋଗ ପ୍ରାପ୍ତି ଆଶାକରାଯାଏ ।


କନ୍ୟା – ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ଗ୍ରହଣ କରିବେ । ସରକାରୀ କୃପାଲାଭ କରିବା ସହିତ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି । ସୁଖୀ ହେବେ ।


ତୁଳା – ଆୟ ଯଥେଷ୍ଟ ପରିମାଣର ହେବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।


ବିଛା – ପରିବେଶ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରହିବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଅର୍ଥ ଲାଭ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।


ଧନୁ – ସୁ-ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ ।


ମକର – ଶିକ୍ଷା ଓ ଅଭିଜ୍ଞତା ବୃଦ୍ଧି ହେବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ପୋଷଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।


କୁମ୍ଭ – ବନ୍ଧୁବର୍ଗଙ୍କ ଦ୍ୱାରା ଉପକୃତ ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।


ମୀନ – ମନରେ ଉଦ୍ବେଗ ଜାତ ହୋଇପାରେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହେବ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି ।

   Related Posts