Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୨ ଫେବ୍ରୁୟାରୀ୧୯, ଶୁକ୍ରବାର : ଜାଣନ୍ତୁ କେମିତି କଟିବ ଆଜିର ଦିନ

22/02/2019 at 11:49 AM

ମେଷ – ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଇଚ୍ଚ ଆଶା ଫଳବତୀ ହୋଇପାରେ । ସକଳ ଗୁଣଯୁକ୍ତ,ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବିପଦରେ ବିଜୟୀ ହେବ ।


ବୃଷ – ନବବସ୍ତ୍ର ପରିଧାନ କରି ଖୁସି ହେବେ । ଆପଣଙ୍କ ଅନୁରୋଧ ଶୁଭଦାୟକ ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ଶାସ୍ତ୍ରାଭ୍ୟାସୀ ହେବେ । କାବ୍ୟ ରଚିତା ହେବେ ।


ମିଥୁନ – କାର୍ଯ୍ୟକ୍ରମ ସପକ୍ଷରେ ଥିବାରୁ ସୁଖ ଅନୁରକ୍ତ କରିବେ । କ୍ଷମତାଶୀଳ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସୌଭାଗ୍ୟ ଉଦୟ ହୋଇଛି । ସୁଖ ମିଳିବ ।


କର୍କଟ- ପଥ ହୁଡି ପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ବିଶେଷ ଉପକୃତ ହେବେ । ପୁତ୍ର ଲାଭର ସୂଚନା ମିଳୁଛି । ଧନ ଓ ଯାନ ବାହନ ସୁଖ ଅଛି ।


ସିଂହ – ମନ ଉଦ୍ୱିଘ୍ନ ରହିପାରେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟୟଧିକ ହୋଇପାରେ । କୀର୍ତ୍ତିମାନ୍ ହେବେ । ବ୍ୟବସାୟ ଲାଭଜନକ ହେବ ।


କନ୍ୟା – ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିପାରନ୍ତି । ପରିଶ୍ରମ ମୂଲ୍ୟ ମିଳିବ । ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ବିଳାସ ବ୍ୟସନରେ ସମୟ ଅତିବାହିତ କରିବେ ।


ତୁଳା – କାର୍ଯ୍ୟରେ ଆଗକୁ ବଢିପାରନ୍ତି । ଜନସେବାରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଜନୈକା ମହିଳାଙ୍କ ସହାୟତା ମିଳିପାରେ ।


ବିଛା – କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଠ ହେବ ନାହିଁ । ଶତ୍ରୁ ବିନାଶ କରି ଧନ ଭୋଗ କରିବେ ।


ଧନୁ – ସୁମିତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି । ଜିତେନ୍ଦ୍ରିୟ ହେବେ । ପୁତ୍ର ପୌତ୍ରର ଅଧିକାରୀ ହୋଇପାରନ୍ତି । ପରାକ୍ରମୀ ହୋଇପାରନ୍ତି । ବିଖ୍ୟାତ କିର୍ତ୍ତିମାନ୍ ହୋଇପାରନ୍ତି ।


ମକର – ମାନସିକ ସ୍ତରରେ ଉଦ୍ବେଗ ଜାତ ହୋଇପାରେ । କୌଣସି ଏକ ନିଦ୍ଧିଷ୍ଟ କାରଣରୁ କ୍ରୋଧିତ ହୋଇପାରନ୍ତି । ସାମର୍ଥ୍ୟର ପରିଶ୍ରମ କରି ଆଗକୁ ବଢିବେ ।


କୁମ୍ଭ – ବାଦ-ବିବାଦୀୟ ଘଟଣାରେ ବିଜୟୀ ହେବେ । ଇଚ୍ଛା ନ ଥିଲେ ବି ପର ଚର୍ଚ୍ଚା ଶୁଣିପାରନ୍ତି । କୃଷି ଲାଭ ମିଳିପାରେ । ବିଳାସ-ବ୍ୟସନ କରିପାରନ୍ତି ।


ମୀନ – ଏକ ନିଦ୍ଧିଷ୍ଟ କାର୍ଯ୍ୟ ପାଇଁ ଆଶାବାଦୀ ହେବେ । ନିଜକୁ କଳହମୁକ୍ତ ରଖି ପାରିଲେ ଲୋକମାନଙ୍କର ବିଶ୍ୱାସ ଭାଜନ ହେବେ । ନିର୍ବାଚନରେ ଜିତାପଟ ନେଇପାରନ୍ତି ।

   Related Posts