୨୦ ଫେବୃଆରୀ, ବୁଧବାର : ଜାଣନ୍ତୁ ଆଜିର ଦିନଟି କେଉଁ ରାଶି ପାଇଁ କିଭଳି ରହିବ

Published By : Prameya-News7 Bureau | February 20, 2019 IST

ମେଷ – ଭିତରେ ଭାତ୍ରୁ ବିବାଦ ଉଙ୍କି ମାରିପାରେ । ପ୍ରତାରିତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଯଶସ୍ୱି ହେବେ । ଲୋଭାସକ୍ତ ହୋଇପାରନ୍ତି ।


ବୃଷ – ଧର୍ମ-ଧାରଣାରେ ଉତ୍ସର୍ଗକୃତ ମନୋଭାବ ରହିବ । ଧମକ୍ଷୟ ହେବାର ସମ୍ଭାବନା ଅଛି । ବାଦନୁବାଦର ସମ୍ମୁଖୀନ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି ।


ମିଥୁନ - ଦେବପୂଜାରେ ନିୟୋଜିତ ହେବେ । ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି ।


କର୍କଟ- ବ୍ୟବସାୟ ଲାଭଜନକ ହୋଇପାରେ । ସାଧନାରେ ସିଦ୍ଧି ଲାଭ କରିବେ । କର୍ମରେ ଢେର ଉନ୍ନତି ଆଶା କରାଯାଏ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।


ସିଂହ – ଦୂରୁକ କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିବ । ସେବା କାର୍ଯ୍ୟରେ ନିୟୋଜିତ ହେବେ । ଶୁଭ ସମ୍ବାଦ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ପାରିବାରିକ ସୁଖ,ସମୃଦ୍ଧି ଆଶା କରାଯାଏ ।


କନ୍ୟା – ଦୂରୁହ ସଂପର୍କ ବନ୍ଧୁଙ୍କ ଦ୍ୱାରା ଉଡକୃତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରିସ୍ଥିତି ପ୍ରତିକୂଳ ରହିପାରେ । ସମ୍ମାନିତ ହେବେ ।


ତୁଳା – ପାରିବାରିକ ବିଶୃଙ୍ଖଳାର ଅବସାନ ଘଟିପାରେ । କର୍ମକ୍ଷେତ୍ରରେ ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରଫୁଲ୍ଲ ରହିବ । ସୁଖରେ ଦିନଟି ଅତିବାହିତ କରିପାରନ୍ତି ।


ବିଛା – କୌଣସି କାରଣରୁ ମାନସିକ ସ୍ତରରେ ବିଷାଦିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।


ଧନୁ – ସେବା ମୂଳକ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି । ଲେଖା-ପଢାରେ ପାରଦର୍ଶୀ ହେବେ । ଗୃହକାର୍ଯ୍ୟରେ ଧ୍ୟାନ ଦେବେ । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।


ମକର – ପରିସ୍ଥିତି ଲାଭପ୍ରଦ ହୋଇପାରେ । ଚିନ୍ତାଧାରା ଉନ୍ନତିମାନର ହେବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । କୃଷି କାର୍ଯ୍ୟରେ ଲାଭବାନ ହେବେ ।


କୁମ୍ଭ - ଦେବ ଦର୍ଶନରେ ଆନନ୍ଦ ମିଳିବ । ମନୋବଳ ଦୃଢ ରହିବ । ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ଠାକୁରଙ୍କ ପାଇ ଖୁସି ହୋଇପାରନ୍ତି ।


ମୀନ - ବାପାଙ୍କ ଉଗ୍ନ ସ୍ୱାସ୍ଥ୍ୟ ପାଇଁ ଚିନ୍ନତିତ ହୋଇପାରନ୍ତି । ଅନୁରୋଧ ରକ୍ଷା କରି ସହ ଯୋହ କରିବେ । କର୍ତ୍ତବ୍ୟନିଷ୍ଠ ହେବେ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.