୧୬ ଫେବୃଆରୀ ୧୯, ଶନିବାର

Published By : Prameya-News7 Bureau | February 16, 2019 IST

ମେଷ – ନିଜ ଇଚ୍ଛା ଅନୁସାରେ ଫଳ ପାଇବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବ । ଲୋକପ୍ରିୟତା ଅର୍ଜନ କରିବେ ।


ବୃଷ – ଦେଶଦର୍ଶନର ସୁଯୋଗ ମିଳିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ ।


ମିଥୁନ - ଲାଗି ଥିବା ବିବାଦର ସୁ-ସମାଧାନ ହେବ । ଘାତଚନ୍ଦ୍ର ଥାଇ ବି ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହୋଇପାରେ । ଭୋଗ-ବିଳାସ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


କର୍କଟ- ବ୍ୟବସାୟ ଲାଭଜନକ ହେବ । ସାମାନ୍ୟ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ ।


ସିଂହ – ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି । ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇବେ ।


କନ୍ୟା – ନୂତନ ଯୋଜନା ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ ।


ତୁଳା – ଆୟ ଆଶାନୁରୂପ ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।


ବିଛା – ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


ଧନୁ – ଅଟକି ଥିବା କାର୍ଯ୍ୟରେ ଆଗକୁ ବଢିପାରନ୍ତି । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି ।


ମକର – ବନ୍ଧୁଙ୍କ ସହିତ ମାନ-ମନାନ୍ତର ଘଟିପାରେ । ଆଶାବାଦି ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ମାନବୀୟ ଗୁଣର ଅଧିକାରୀ ହେବେ । ମିତ୍ର ସୁଖ ମିଳିବ ।


କୁମ୍ଭ - ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ମୀନ - ଅଭାବ ଦୂରେଇ ଯିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.