୭ ଫେବୃଆରୀ ୧୯, ଗୁରୁବାର

Published By : Prameya-News7 Bureau | February 07, 2019 IST

ମେଷ – ପୈତୃକ ସମ୍ପତ୍ତି ପାଇଁ ମାଲି ମୋକଦ୍ଦମା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । ପ୍ରତିରୋଧର ସମ୍ମ୍ୁଖୀନ ହୋଇପାରନ୍ତି ।


ବୃଷ – ଅନୁରୂପ ଓ ଦକ୍ଷତା ବୃଦ୍ଧି ହୋଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି ।


ମିଥୁନ - ଆଶାବାଦୀ ହୋଇପାରନ୍ତି । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ବିଶେଷ ସଫଳତା ଲାଭ କରିପାରନ୍ତି । ସତ୍ ଉପାୟରେ ଧନ ଅର୍ଜନ କରିପାରନ୍ତି ।


କର୍କଟ- ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସନ୍ତାନ ମିଳିପାରେ । ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି । ଧନ ମିଳିବ । ଯାନ ବାହନ ସୁଖ ମିଳିବ । ସର୍ବାଙ୍ଗୀଣ ଉନ୍ନତି ହେବ ।


ସିଂହ – ବିରୋଧତା ବୃଦ୍ଧି ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । କର୍ମ କୁଶଳତା ପ୍ରକାଶ ପାଇବ । ଚିନ୍ତା ହ୍ରାସ ହୋଇପାରେ ।


କନ୍ୟା – ନୂତନ ଆୟ ପନ୍ଥା ଖୋଲି ପାରନ୍ତି । ନିଜକୁ କଳହ ଠାରୁ ଦୂରେଇ ରଖିବେ । ଦିନଟି ସୁଖରେ ଅତିବାହିତ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରର୍ଭାବ ବିସ୍ତାର କରିବେ ।


ତୁଳା – ଅଟକି ଥିବା ଅର୍ଥ ମିଳିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ପ୍ରିୟଭାଷୀ ହେବେ । ଧନ ଓ ଯାନ ବାହନ ଯୁକ୍ତ ହୋଇପାରନ୍ତି ।


ବିଛା – କାର୍ଯ୍ୟ ହାସଲ ପାଇଁ ଅହରହ ଚେଷ୍ଟିତ ହେବେ । ଆଶାବାଦୀ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଧନାଗମର ବି ସୁ୍ୋଗ ଅଛି । ସମସ୍ୟାରେ ଜଡିତ ହୋଇପାରନ୍ତି ।


ଧନୁ – ପଡୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଆୟ ଆଶାନୁରୂପ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମକର – ହଜି ଯାଇ ଥିବା ପଦାର୍ଥ ଫେରିପାଇବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ଅବ୍ୟାହତ ରହିବ ।


କୁମ୍ଭ - ପ୍ରତ୍ୟେକ କାର୍ଯ୍ୟରେ ପ୍ରାୟତଃ ଲାଭବାନ୍ ହୋଇପାରନ୍ତି । ଭଲ ଆୟ ପାଇଁ କଷ୍ଟ ସ୍ୱୀକାର କରିବାକୁ ପଡିବ । ଘାତଚନ୍ଦ୍ର ଯୋଗୁଁ ଅଶାନ୍ତି ଓ ଅସୁସ୍ଥତା ଅନୁଭବ କରିପାରନ୍ତି ।


ମୀନ - ମନ ଅସ୍ଥିର ରହିବ, ତଥାପି ସାଦନାରେ ସିଦ୍ଧିପ୍ରାପ୍ତ ହେବେ । ମନରେ ସରସତା ଆସିବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.