୫ ଫେବୃଆରୀ ୧୯, ମଙ୍ଗଳବାର
5/02/2019 at 10:59 AM

ମେଷ – ବ୍ୟୟ ବହୁଳର ସମ୍ମୁଖୀନ ହେବେ । ସାମାନ୍ୟ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ସୁଖ ସମୃଦ୍ଧିର ସମୟ ଉପସ୍ଥିତ । ବାଣିଜ୍ୟ କାର୍ଯ୍ୟରେ ଆଗେଇବେ ।
ବୃଷ – ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ । ବହୁ ମିତ୍ରଙ୍କ ସାନ୍ନିଧ୍ତ ପାଇ ଉପକୃତ ହେବେ । ସୌଭାଗ୍ୟ ସଂଯୋଗର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି ।
ମିଥୁନ – ମନରେ ଗର୍ବଭାବ ଉଦ୍ରେକ ହେବ । ସାନ ଭାଇମାନଙ୍କ ଠାରୁ ଆଦର- ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।
କର୍କଟ- ନିଜର କୌଳିକ କାର୍ଯ୍ୟକୁ ଲାଭ ମିଳିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କ୍ରୋଧିତ ହୋଇପାରନ୍ତି । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ ।
ସିଂହ – ଆପଣଙ୍କ ପକ୍ଷେ ପରିସ୍ଥିତି ଅସହ୍ୟ ହୋଇପାରେ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ ।
କନ୍ୟା – ଚିନ୍ତା ଦୂରେଇ ଯିବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ ସ୍ତରରୁ ସମ୍ମାନିତ ହେବେ ।
ତୁଳା – କୌଣସି ଦିଗରୁ ବିଚାର ନ କରି କାର୍ଯ୍ୟ କରି ଚାଲିବେ । ବିଚାର ଆଲୋଚନା ନ କରି କାର୍ଯ୍ୟ କଲେ ସଫଳତା ମିଳିବ । କଷ୍ଟସାଧ୍ୟ ହେବ ।
ବିଛା – ଗୃହ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଲକ୍ଷ୍ମୀ ବରଦାୟିକା ଅଛନ୍ତି ।
ଧନୁ – ଭ୍ରାତୃସ୍ନେହୀ ହୋଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ସମସ୍ୟା ଦୂର ହୋଇପାରେ । ସର୍ବତ୍ର ଶୁଭ ଆଶା କରାଯାଏ ।
ମକର – ଶୁଭକର୍ମ ସବୁ ବାଧାବିଘ୍ନକୁ ଏଡାଇ ଧୀରେ ସୁସ୍ଥେ ଆଗକୁ ବଢିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ୍ ହେବେ । ଆଦର ଅଭ୍ୟର୍ଥନା ମିଳିବ ।
କୁମ୍ଭ – ବିଚାର ବିମର୍ଶ ଓ ଆଲୋଚନାରୁ ଉପକୃତ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଆୟ ଆଶାନୁରୂପ ହେବ । ପାରିବାରିକ ସମୃଦ୍ଧି ଆଶା କରାଯାଏ ।
ମୀନ – ପାରିବାରିକ ଅଶାନ୍ତି ଦୂରେଇ ଯିବ । ଜନ ସଂପର୍କ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ, ମାତ୍ର ସ୍ୱଳ୍ପ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।