୪ ଫେବୃଆରୀ ୧୯, ସୋମବାର

Published By : Prameya-News7 Bureau | February 04, 2019 IST

ମେଷ – ଶତ୍ରୁ ଦମନ କରିପାରନ୍ତି । ଏଥିପାଇଁ ବହୁବିଘ୍ନର ସମ୍ମୁଖୀନ ହେବେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।


ବୃଷ – ମାନସିକ ସ୍ତରରେ ଚଞ୍ଚଳତା ଅନୁଭବ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ କରିବାକୁ ହେବ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।


ମିଥୁନ - ଧନ ଲାଭ ହୋଇପାରେ । ନିଜକୁ କଳହମୁକ୍ତ ରଖିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । କୃଷିରୁ ଲାଭ ମିଳିବ ।


କର୍କଟ- ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି ।


ସିଂହ – କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ ।


କନ୍ୟା – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ରୋଜଗାର ଆଶାକୁ ରୂପ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ସରକାରି କିମ୍ବା ବନ୍ଧୁ ସହାୟତାରେ ଲାଭବାନ୍ ହୋଇପାରନ୍ତି ।


ତୁଳା – ଅଭାବ ଦୂରେଇ ଯିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଉକାନ୍ତରେ ସମୟ ବିତାଇବାକୁ ଚେଷ୍ଟା କରିବେ ।


ବିଛା – ନିଜ ସମ୍ପକୀୟ ଲୋକେ ହଇରାଣ କରିବାକୁ ଚେଷ୍ଟା କରିବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ ।


ଧନୁ – ପାରିବାରିକ ସାଧନାରେ ସିଦ୍ଧପ୍ରାପ୍ତ ହେବାର ସୂଚନା ମିଳୁଛି । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ ।

ମକର – ମନ ଚଞ୍ଚଳ ରହିବ । ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସନୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।


କୁମ୍ଭ - ଧନାଦି ପ୍ରାପ୍ତିର ସୁଖ ଲାଭ କରିବେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନି ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ ।


ମୀନ - ଗୃହକାର୍ଯ୍ୟରୁ ଆନନ୍ଦ ମିଳିବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.