୨ ଫେବୃଆରୀ ୧୯, ଶନିବାର

Published By : Prameya-News7 Bureau | February 02, 2019 IST

ମେଷ – କର୍ମ ଚଞ୍ଚଳ ରହିବେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।


ବୃଷ – ବିଷାଦିତ ମାନସିକତାରେ ପରିବର୍ତ୍ତନ ଘଟିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।


ମିଥୁନ - ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରିବେ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଅଧ୍ୟୟନରତ ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦିନଟି ମଧ୍ୟମ ଧରଣର ।


କର୍କଟ- ପରିସ୍ଥିତି ପ୍ରତି ସଜାଗ ହେବାକୁ ପଡିବ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେଲେ ବି ତାର ମୂଲ୍ୟ ମିଳିବ ।


ସିଂହ – ଧନ ଉପାର୍ଜନ ଆଶାନୁରୂପ ହେବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୁଯୋଗ ଅଛି ।


କନ୍ୟା – ନିର୍ଭୀକ ହୋଇପାରନ୍ତି । କାର୍ଯ୍ୟ ପ୍ରାପ୍ତି ପାଇଁ ଅପେକ୍ଷା କରିବାକୁ ପଡିବ । ଭାଗ୍ୟଶାଳୀ ହେବେ । ଈର୍ଷା ପରିତ୍ୟାଗ କଲେ ସାମାଜିକ ସ୍ତରରେ ଆଦର ମିଳିବ ।


ତୁଳା – କୃତକର୍ମର ଫଳ ଭୋଗ କରିପାରନ୍ତି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହୋଇପାରନ୍ତି ।


ବିଛା – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଖୁସି ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ଖର୍ଚ୍ଚ ଉପରେ ଖର୍ଚ୍ଚ ବଢି ଚାଲିବ ।


ଧନୁ – ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ସୁ-ସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଅଗ୍ରହ ପ୍ରକାଶ କରିପାରନ୍ତି ।


ମକର – ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଶ୍ରମର ମୂଲ୍ୟାଙ୍କନ ହେବ । ଶୁଭ ସମାଚାର ମିଳିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ବିବାଦରେ ବିଜୟୀ ହେବେ ।


କୁମ୍ଭ - ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବେ । ସତ୍ ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । କ୍ଷମତାର ଅଭିବୃଦ୍ଧି ଘଟିବ ।


ମୀନ - ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଦୁଃଖ-ଶୋକ ଭରା ହୋଇପାରନ୍ତି । ଅର୍ଥାଭାବ ଦେଖା ଦେଇ ପାରେ । ପାରିବାରିକ ଅଶାନ୍ତି ଉପୁଜିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.