୩୧ ଜାନୁଆରୀ ୧୯, ଗୁରୁବାର

Published By : Prameya-News7 Bureau | January 31, 2019 IST

ମେଷ – ବିଚର- ବିମର୍ଶ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବେ, ତଥାପି ସମ୍ମାନକୁ ଜଗି ଚଳିବାକୁ ପଡିବ । କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି ।


ବୃଷ – ଆଶା ଫଳବତୀ ହେବ । ବନ୍ଧୁ ସହମତି ହୋଇପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପରୋପକାରୀ ହେବେ । ବିଭିନ୍ନ ଦିଗରୁ ପ୍ରଚୁର ଧନ ମିଳିବ ।


ମିଥୁନ - ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ ଓ ଉତ୍ସାହ ବୃଦ୍ଧି ପାଇବ । ପରିସ୍ଥିତି ଅନୁକୂଳ ରହିଛି ।


କର୍କଟ- କାର୍ଯ୍ୟରେ ସଫଳତା ମିଳିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ସହିଷ୍ଣୁ ହୋଇପାରନ୍ତି ।


ସିଂହ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉପୁଜିଥିବା ସମସ୍ୟାର ସୁ-ସମାଧାନ ହୋଇପାରେ ।


କନ୍ୟା – ମାନସିକ ସ୍ତରରେ ପ୍ରସନ୍ନତା ବୃଦ୍ଧି ପାଇବ । ସଂପର୍କରେ ଉପୁଜିଥିବା ବିଭ୍ରାଟର ପରିସମାପ୍ତି ଘଟିବ । ପରିଶ୍ରମ ଫଳଦାୟକ ହେବ । ଭାଗ୍ୟବାନ ହେବେ ।


ତୁଳା – ମୋହବତ୍ରେ ପଡି ଅପଦସ୍ତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନ ଲାଭର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ସହ ଯେ୍ଧଜ୍ଞ ମିଳିବ । ଚିନ୍ତା ଦୂର ହେବ ।


ବିଛା – ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଆପଣଙ୍କ ଶ୍ରମ ସାର୍ଥକ ହେବ । ସ୍ଥିତି ଅନୁକୂଳ ରହିଛି । ରୁଚି ଉନ୍ନତମାନର ହେବ । ସାଧନା ଫଳବତୀ ହେବ ।


ଧନୁ – ଆକସ୍ମିକ ଧନ ପ୍ରାପ୍ତି ଘଟିପାରେ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବହୁ ପରିଶ୍ରମ କରିବେ, ମାତ୍ର ସ୍ୱଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡିବ ।


ମକର – ବନ୍ଧୁଙ୍କ ସହିତ ମନାନ୍ତର ଘଟିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି ।


କୁମ୍ଭ - ବ୍ୟବସାୟ ଲାଭବାନ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି ।


ମୀନ - ବନ୍ଧୁଙ୍କ ପାଖରେ ନିନ୍ଦିତ ହୋଇପାରନ୍ତି । ଶତ୍ରୁଙ୍କ ଷଡଯନ୍ତ୍ର ପଦାରେ ପଡିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କେବଳ ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.