Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨୪ ଜାନୁଆରୀ ୧୯, ଗୁରୁବାର

24/01/2019 at 9:57 AM

ମେଷ – ଯାତ୍ରାକାଳିନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିବାଦରେ ଛନ୍ଦି ହୋଇ ପଡିବେ ।


ବୃଷ – ଈପ୍ସିତ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରଜକୋଷ ଅର୍ତ ମିଳିପାରେ ।


ମିଥୁନ – ବିପଦମୁକ୍ତ ହୋଇପାରନ୍ତି । ଶ୍ରମ ସାର୍ଥକ ହେବ । ସୁ-ସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ ।


କର୍କଟ- ଅଭିଳାଷ ପୂରଣ ହେବ । ସତ୍ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟିପାରେ । ଦିନଟି ମଧ୍ୟମ ଧରଣର ରହିବ ।


ସିଂହ – ଶତ୍ରୁତାର ଅବସାନ ଘଟିପାରେ । ଭ୍ରମଣ ଯୋଗ ଅଛି । ଅର୍ଥାଭାବ ଦେଖା ଦେଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।


କନ୍ୟା – ଦୁଯୋଗକୁ ଉଡାଇ ଆଗକୁ ବଢିପାରନ୍ତି । ବନ୍ଧୁ ମିଳନ ହେବାର ସୂଚନା ମିଳୁଛି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ସଫଳତା ମିଳିବ ।


ତୁଳା – ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶତ୍ରୁ ପରାଜିତ କରିବାରେ ସକ୍ଷମ ହେବେ । ମାନସିକ ଶାନ୍ତି ଫେରି ପାଇବେ ।


ବିଛା – କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ଧନୁ – ଆୟ ବୃଦ୍ଧି ହେବ, ମାତ୍ର ବ୍ୟୟ ଅତ୍ୟଧିକ ହୋଇପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ ।


ମକର – ଧର୍ମକାର୍ଯ୍ୟରେ ମନୋନିବେଶ କରିବେ । କର୍ମକ୍ଷେତ୍ରରେ ପ୍ରାଧନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି ।


କୁମ୍ଭ – ଅପ୍ରିୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଜି କାର୍ଯ୍ୟ ଆଜି ନ କରି କାଲି କରିବାକୁ ମନସ୍ଥ କରିପାରନ୍ତି । ମାତ୍ର ଏହା ଦୋଷାବହ ହେବ ।


ମୀନ – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ମନ ବଳାଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତି ମାନର ହେବ ।

   Related Posts