୨୩ ଜାନୁଆରୀ ୧୯, ବୁଧବାର

Published By : Prameya-News7 Bureau | January 23, 2019 IST

ମେଷ – ବିଦେଶ ଭ୍ରମଣ ଯୋଗ ଅଛି । ସୁ-ସମ୍ମାନ ଲାଭ କରିପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ ।

ବୃଷ – ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁ ଠାରୁ ଭଲ ହେବ ।

ମିଥୁନ - ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଆହ୍ଲାଦିତ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଅର୍ଥ ପ୍ରାପ୍ତି ହେବ ।

କର୍କଟ- ଚାକିରି କ୍ଷେତ୍ରରେ ବହୁ ଉନ୍ନତି ହେବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

ସିଂହ – ପରିବେଶର ଉନ୍ନତି ଘଟିବ । ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ ବ୍ୟବହାର କରିପାରନ୍ତି ।

କନ୍ୟା – ଅନ୍ୟର ଅଧୀନରେ କାର୍ଯ୍ୟ କରିପାରନ୍ତି । ଶରିରୀକ ପୀଡା ଅନୁଭବ କରିବେ । ଅର୍ଥ ଟାଣ-ଟୁଭ ରହିବ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ ।

ତୁଳା – ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି ।ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳତା ମିଳିବ । ରୁଚିକର ଭୋଜନ ମିଳିବ ।

ବିଛା – ମନ ଅସ୍ଥିର ରହିପାରେ । ଶତ୍ରୁଭୟ ରହିଛି । ଶତ୍ରୁ ସହିତ ଉଚିତ୍ ମୁକାବିଲା କରି ତାକୁ ପରାଜିତ କରିପନ୍ନ୍ି । ମାନସିକ ଶାନ୍ତି ଫେରି ପାଇବେ ।

ଧନୁ – ନିଜ ମନକୁ ନିଜେ ଶାନ୍ତ୍ୱନା ଦେବେ । କିଛି ସମୟ ପାଇଁ ନିରବ ରହିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ ।

ମକର – ବୃଥା ଭ୍ରମଣ କରିବା ଅନୁଚିତ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବହୁ ପରିଶ୍ରମର ସମ୍ମୁଖୀନ ହେବେ, ମାତ୍ର ତା’ର ମୂଲ୍ୟ ମିଳିବ ।

କୁମ୍ଭ - ଦକ୍ଷତାର ଉପ ଯୋଗ କରିବେ । ସଙ୍ଗଠନକୁ ମଜଭୁତ କରିବାରେ ଲାଗି ପଡିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବେ । ଦିଅଁ ଦର୍ଶନର ସୁଯୋଗ ଅଛି ।

ମୀନ - ଅର୍ଥାଭାବ ଉଡାଇ ପାରନ୍ତି । ଆଳସ୍ୟ ପରାୟଣତାକୁ ପରିତ୍ୟାଗ କରିବେ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.