୨୨ ଜାନୁଆରୀ ୧୯, ମଙ୍ଗଳବାର

Published By : Prameya-News7 Bureau | January 22, 2019 IST

ମେଷ – ଚାଲୁ ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା ଜାରି ରଖିବେ । ବାଧାବିଘ୍ନ ଏଡାଇ ଆଗକୁ ବଢିବେ । ପୂର୍ବାହ୍ନରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ଅପରାହ୍ନରେ ଭଲ ଆୟ ହେବ ।


ବୃଷ – ଜଣେ ବିଶେଷଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିବେ । କଥାକାର ହେବେ । ବନ୍ଧୁ-ବାନ୍ଧବଙ୍କ ସହାୟକ ଭାବେ ପଛରେ ଛିଡା ହେବେ ।


ମିଥୁନ - ପାରିବାରିକ ସୁଖ-ଶାନ୍ତି ଅନୁଭବ କରିପାରନ୍ତି । ଶତ୍ରୁ ଉପରେ ବିଜୟ ବାନା ଉଡାଇବାରେ ସକ୍ଷମ ହେବେ । ପୁରୁଷ ସିଂହର ପରିଚୟ ଦେବେ ।


କର୍କଟ- ବ୍ୟବସାୟ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟିବ । ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।


ସିଂହ – ଆୟ ଆଶାନୁରୂପ ହୋଇ ଭୋଗୀ ଆସୁଥିବା ଅନଟନ ଅବସ୍ଥାର ସୁଧାର ଆଣିପାରନ୍ତି । ଅଯଥା ଚିନ୍ତା ପରିତ୍ୟାଗ କରିବେ । ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି ।


କନ୍ୟା – ନିଜର ତ୍ରୁଟିର ସୁଧାର ଆଣିବାରେ ସଫଳ ହେବେ । ସାମାନ୍ୟ ଅସୁସ୍ଥତାର ଲାଘବ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ତୁଳା – ଦୂର ଯାତ୍ରାରେ ଲାଭବାନ ହୋଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଶୁଭ ଖବର ଶୁଣି ମନ ଆହ୍ଲାଦିତ ହୋଇପାରେ ।


ବିଛା – ତ୍ରୁଟିକି ସଂଶୋଧନ କରି ଯୋଜନାକୁ ଫଳବତୀ କରାଇପାରନ୍ତି । ଚଞ୍ଚଳ ପ୍ରକୃତିର ହେଲେ ବି ସୁଚାରୁରୂପେ କାର୍ଯ୍ୟ କରି ବିଶେଷ ଉଡକୃତ ହୋଇପାରନ୍ତି ।


ଧନୁ – କର୍ମକ୍ଷେତ୍ରରେ ଶକ୍ତି ପାଇବେ । ପ୍ରଥମେ ଘଟଣାର ଅନଧ୍ୟାନ କରିବା ପରେ କାର୍ଯ୍ୟର ସଫଳ ରୂପାୟନ କରିବେ । ଯାନ-ବାହନ ସୁଖ ମିଳିପାରେ ।


ମକର – କର୍ମକ୍ଷେତ୍ର ଆନନ୍ଦମୟ ହୋଇପାରେ । ପ୍ରତି ଯୋଗିତାରେ ପ୍ରତିଯୋଗୀକୁ ପରାସ୍ତ କରି ଶୀର୍ଷସ୍ଥାନ ଅଧିକାର କରିବେ । ପ୍ରବଳ ମାତ୍ରାରେ ଜନ ସମର୍ଥନ ମିଳିବ ।


କୁମ୍ଭ - ଭ୍ରମଣରେ ଆଲ୍ଲାଦି ହେବେ । ଜ୍ଞାବ-ଗରିମା ବଳରେ ପ୍ରାଧାନ୍ୟ ବିସ୍ତାର କରିବେ । ଭୋଜନରେ ତୃପ୍ତି ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରିବେ ।


ମୀନ - ଦୈନନ୍ଦିନ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି । ଆଶାବାଦୀ ହେବେ । ମିଷ୍ଟାନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆୟ ଆଶାନୁରୂପ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.