୨୮ ସେପ୍ଟେମ୍ବର, ଶୁକ୍ରବାର

Published By : Prameya-News7 Bureau | September 28, 2018 IST

ମେଷ – କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ । ନାନାବିଧି ସମ୍ମାନର ଅଧିକାରୀ ହେବେ । ଯାନବାହନ ଜନିତ ସୁଖଭୋଗ କରିବେ । କୀର୍ତ୍ତିମାନ ହୋଇପାରନ୍ତି । ବୃଷ – ସ୍ୱାଧୀନ ଚେତ୍ତାଭାବେ କାର୍ଯ୍ୟ କରିପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟୁଛି । ପ୍ରଦୂଷଣମୁକ୍ତ ଗୃହରେ ବାସ କରିବେ । ମିଥୁନ - ଗୃହକାର୍ଯ୍ୟ ସମ୍ପାଦନରେ ସମସ୍ତଙ୍କୁ ସୁଖୀ କରାଇପାରନ୍ତି । ଅଧସ୍ତନମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ । ହସଖୁସିରେ ପାରିବାରିକ ଜୀବନ ବିତାଇବେ । କର୍କଟ- ବୃଥା କାର୍ଯ୍ୟରେ ଦିନ ବିତାଇ ପାରନ୍ତି । ଲୋଭଗ୍ରସ୍ତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ସିଂହ – ପଡୋଶୀଙ୍କ ସହେଯାଗ ପାଇବେ । ଜନସାଧାରଣଙ୍କ ଦ୍ୱାରା ସମ୍ମାନିତ ହେବେ । ମନୋରମା ପତ୍ନୀଙ୍କ ସାହଚର୍ଯ୍ୟ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । କନ୍ୟା – ଧୈର୍ଯ୍ୟବାନ୍ ହେବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ, କେବଳ ଚକ୍ଷୁରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ତୁଳା – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କନ୍ୟା,ପୁତ୍ର,ପୌତ୍ର,ପ୍ରପୀତ୍ରାଦି ଲାଭ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଚଳାଇପାରନ୍ତି । ବିଛା – ପ୍ରତାରକମାନଙ୍କୁ ଦୂରେଇ ଦେବେ । ମନରେ ଉଦ୍ୱେଗ ଜାତ ହୋଇପାରେ । କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ଜନିତ ସୁଖ ପାଇବେ । ଧନୁ – ସକଳ ଗୁଣର ଆଧାର ହେବେ । ସୁଖୀ ହେବେ । ବାକ୍ୟ-ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । କର୍ମଠ ହେବେ । କର୍ମକୁ ଧର୍ମଭାବେ ବିବେଚନା କରିପାରନ୍ତି । ମକର – ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । କୁମ୍ଭ - ଆଶାବାଦୀ ହୋଇପାରନ୍ତି । ଧନବାନ ହେବେ । ଗୁଭଯୁକ୍ତ ହୋଇପାରନ୍ତି । ଉପାର୍ହନକାରୀ ହେବେ । ବଳିଷ୍ଠ ଓ ସୁନ୍ଦର ବପୁଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ମୀନ - ମିତ୍ରମାନଙ୍କ ଠାରୁ ସାହାର୍ଯ୍ୟ ଆଶା କରିବା ବୃଥା ହୋଇପାରେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଉତ୍ତମ ଗୁଣର ଅଧିକାରୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.