୧୭ ଜାନୂୟାରୀ ୧୯, ଗୁରୁବାର

Published By : Prameya-News7 Bureau | January 17, 2019 IST

ମେଷ – ଆଜି ଦିନଟି ମଧ୍ୟମ ଫଳ ଦେବ । କର୍ମକ୍ଷେତ୍ରରେ ଅବହେଳା ଦେଖା ଦେବ । ଦେହ ସୁସ୍ଥ ରହିବ । ବିଦ୍ୟା ପ୍ରତି ଛାତ୍ରଛାତ୍ରୀମାନେ ମନ ନିବେଶ କରିବେ ।


ବୃଷ – ଆଜି ଦିନଟି ଖୁବ୍ ଉତ୍ତମ ରହିବ । ଦେହ ଓ ମନ ଖୁବ୍ ଭଲ ରହିବ । ଛାତ୍ରଛାତ୍ରୀମାନେ ପାଠପଢା ପାଇଁ ବିଦେଶ ଯାତ୍ରା କରିବେ ।


ମିଥୁନ - ଆଜି ଦିନଟି ମଧ୍ୟମ ଫଳ ଦେବ । କର୍ମକ୍ଷେତ୍ରରେ ନାନା ଜଟୀଳ ସମସ୍ୟାର ସମ୍ମୁଖୀନ ହେବେ । ଆୟ ଉତ୍ତମ । ପାରିବାରିକ ଜୀବନ ସୁଖି ହେବେ ।


କର୍କଟ- ଆଜି ଦିନଟି ଆପଣଙ୍କ ଆଦୌ ଭଲ ନୁହେଁ । ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ । ପିଲାମାନଙ୍କ ବିଦ୍ୟା ପ୍ରତି ଚିନ୍ତିତ ରହିବେ । ବ୍ୟବସାୟରେ ଆଗେଇବେ ।


ସିଂହ – ଆଜି ଦିନଟି ଆପଣଙ୍କ ଦେହ ମନ ଆଦୌ ଭଲ ରହିବ ନାହିଁ । ବ୍ୟୟର ସ୍ରୋତ ବହି ଚାଲିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ବିଫଳ ରହିବେ ।


କନ୍ୟା – ଆଜି ଦିନଟି ଉତ୍ତମ ଅଟେ । ଦେହ ଓ ମନ ଭଲ ରହିବ । ଶତ୍ରୁ ପରାଜିତ ହେବେ । ଚାକିରୀରେ ସୁସ୍ଥତା ବୋଧ କରିବେ । ପିଲାମାନେ ଖେଳ କୁଦ ରେ ମନ ଦେବେ ।


ତୁଳା – ଆପଣଙ୍କ ଦିନଟି ଆଜି ଶୁଭ ଫଳ ଦାୟକ ହେବ । ଦେହ ଓ ମନ ଭଲ ରହିବ । ଭ୍ରମଣର ଯୋଗ ରହିଛି । ପିଲାମାନଙ୍କ ପାଠପଢା ପାଇଁ ଚିନ୍ତିତ ରହିବେ ।


ବିଛା - ଆପଣଙ୍କ ଦିନଟି ସବୋତ୍ତମ ଶୁଭଫଳ ଦାୟକ ହେବ । ଦେହ ଓ ମନ ଭଲ ରହିବ । ଦୂର ଭ୍ରମଣ ଯୋଗ ରହିଛି । ଆୟ ଉତ୍ତମ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟା ପ୍ରତି ଇଚ୍ଛା ପ୍ରକାଶ କରିବେ ।


ଧନୁ – ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ନୁହେଁ । ଦେହ ମଧ୍ୟ ଅସୁସ୍ଥ ହେବ । କର୍ମକ୍ଷେତ୍ରରେ ସଫଳତା ଯୋଗ । ଚାକିରୀରେ ଦୁଃସାହସ ନ କରିବା ଉଚିତ୍ ।


ମକର – ଆଜି ଦିନଟି ଶୁଭ ଅଟେ । ଦେହ ଖୁବ୍ ଭଲ ରହିବ । ଆୟ ଉତ୍ତମ ରହିବ । ବିବାଦ ଜଡିତ ନ ହେବା ଶ୍ରେୟ ଅଟେ । ପିଲାମାନଙ୍କ ଥଣ୍ଡାଜାତୀୟ ରୋଗ ଲାଗି ରହିବ ।


କୁମ୍ଭ - ଆପଣଙ୍କ ଦିନଟି ଶୁଭ ଅଟେ । ଶତ୍ରୁ ପରାଜିତ ହେବେ । ଆୟ ଉତ୍ତମ ରହିବ । ଘର ତିଆରି କାମରେ ଆଗେଇବେ । ପିଲାମାନେ ଖେଳ କୁଦ ପ୍ରତି ଅଧିକା ମନ ଦେବେ ।


ମୀନ - ଆଜି ମଧ୍ୟମ ଉତ୍ତମ ରହିବ । ଦେହ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସଫଳତା ଯୋଗ ଅଛି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ସଫଳ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.