୧୬ ଜାନୁଆରୀ ୧୯, ବୁଧବାର

Published By : Prameya-News7 Bureau | January 16, 2019 IST

ମେଷ – ଆଜି ଦିନଟି ଶୁଭ ଫଳ ପାଇବେ । ଦେହ ସୁସ୍ଥ ରହିବ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନ ଶାନ୍ତିରେ କଟେଇବେ । ଚାକିରୀରେ ପଦ ମର୍ଯ୍ୟାଦା ବଢିବ ।


ବୃଷ – ଆଜି ଆପଣଙ୍କ ଦିନଟି ଶୁଭ ଅଟେ । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ଋଣ ଗ୍ରସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ । ବ୍ୟବସାୟରେ ମଧ୍ୟମ ଫଳ ପାଇବେ ।


ମିଥୁନ - ଆଜି ଦିନଟି ଶୁଭ ଫଳ ପାଇବେ । ଦେହ ଭଲ ରହିବ । ବନ୍ଧୁ ସହ ଯୋଗ ପ୍ରାପ୍ତ କରିବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଚାକିରୀରେ ଉନ୍ନତି ପ୍ରାପ୍ତ କରିବେ । ବ୍ୟବସାୟରେ ଶୁଭ ଫଳ ପାଇବେ ।


କର୍କଟ- ଆପଣଙ୍କ ଦିନଟି ଖୁବ୍ ଶୁଭ ରହିବ । ଦେହ ଓ ମନ ଭଲ ରହିବ । ବିଭିନ୍ନ ଦିଗରୁ ଅର୍ଥଲାଭ ଘଟିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଲଗାଇବେ ।


ସିଂହ – ଆଜି ଦିନଟି ଶୁଭ ଅଟେ । ପାରିବାରିକ ସ୍ୱାସ୍ଥ୍ୟ ଭଲ ରହିବ । ଉଚ୍ଚ ଆଶା ବିଫଳ ହେବ । ଚାକିରୀରେ ଅସନ୍ତୁଷ୍ଟ ହେବେ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ ।


କନ୍ୟା – ଆଜି ଦିନଟି ଆପଣଙ୍କ ଭଲ ଯିବ ନାହିଁ । ଅସ୍ଥିରତା ଓ ଅସନ୍ତୋଷ ଭିତରେ ଦିନ କଟିବ । କର୍ମକ୍ଷେତ୍ରରେ ନାନା ବାଧା ମିଳିବ । ପାରିବାରିକ ଜୀବନ ସୁଖ ମୟ କଟିବ ।


ତୁଳା – ଆଜି ଦିନଟି ଅଶାନ୍ତିରେ କଟିବ । ଦେହ ଓ ମନ ଭଲ ରହିବ ନାହିଁ । ପାରିବାରର ସହ ଯୋଗ ପ୍ରାପ୍ତ କରିବେ । ଚାକିରୀ ଓ ବ୍ୟବସାୟରେ ସମସ୍ୟା ଦେଖା ଦେବ ।


ବିଛା - ଆଜି ଆପଣଙ୍କ ଦିନଟି ଉତ୍ତମ ଅଟେ । ଚାକିରୀରେ ଉଚ୍ଚ ସମ୍ମାନ ମିଳିବ । ଅର୍ଥ ଓ ଦ୍ରବ୍ୟ ଲାଭ ଯୋଗ ରହିଛି । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନରେ ଉନ୍ନତି ଘଟିବ ।


ଧନୁ – ଆଜି ସାମାନ୍ୟ ଶୁଭ ଅଟେ । ଭ୍ରମଣର ଯୋଗ ଅଛି । ନିଜର ଲୋକ ପ୍ରତାରଣା କରିବେ । ପାରିବାରିକ ଜୀବନରେ ରୋଗ ପୀଡା ଲାଗି ରହିବ ।


ମକର – ଆଜି ଦିନଟି ଅଶୁଭରେ କଟିବ । ବ୍ୟବସାୟରେ ଆଜି କ୍ଷତିର ଆଶଙ୍କା କରାଯାଇପାରେ । ପାରିବାରିକମ ଜୀବନରେ ରୋଗ ପୀଡା ଲାଗି ରହିବ ।


କୁମ୍ଭ - ଆଇନ ଅଦାଲତରେ ବିଫଳ ମିଳିବ । ପ୍ରୀତି ଲାଭ ଓ ବନ୍ଧୁ ମିଳନ ଯୋଗ ରହିଛି । ପାରିବାରିକ ଜୀବନରେ ଅବିଶ୍ୱାସ ବଢିବ । ବ୍ୟବସାୟରେ କଳାଧନ ବଢିବ ।


ମୀନ - ଦେହ ଓ ମନ ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନରେ ସୁଖି ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.