୧୪ ଜାନୁଆରୀ ୧୯, ସୋମବାର

Published By : Prameya-News7 Bureau | January 14, 2019 IST

ମେଷ – କର୍ମକ୍ଷେତ୍ରରେ ଅବହେଳା ଦେଖା ଦେବ । ଦେହ ସୁସ୍ଥ ରହିବ । ବିଦ୍ୟା ପ୍ରତି ଛାତ୍ରଛାତ୍ରୀମାନେ ମନ ନିବେଶ କରିବେ । ବ୍ୟବସାୟରେ ଲାଭ ହେବ ।


ବୃଷ – ଦେହ ଓ ମନ ଖୁବ୍ ଭଲ ରହିବ । ଛାତ୍ରଛାତ୍ରୀମାନେ ପାଠପଢା ପାଇଁ ବିଦେଶ ଯାତ୍ରା କରିବେ । ପାରିବାରିକ ସହ ଯୋଗ ମିଳିବ । ଆୟ ଉତ୍ତମ ରହିବ ।


ମିଥୁନ - କର୍ମକ୍ଷେତ୍ରରେ ନାନା ଜଟୀଳ ସମସ୍ୟାର ସମ୍ମୁଖୀନ ହେବେ । ଆୟ ଉତ୍ତମ । ପାରିବାରିକ ଜୀବନ ସୁଖି ହେବେ । ମହିଳାମାନେ ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।


କର୍କଟ- ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ । ପିଲାମାନଙ୍କ ବିଦ୍ୟା ପ୍ରତି ଚିନ୍ତିତ ରହିବେ । ବ୍ୟବସାୟରେ ଆଗେଇବେ । ପାରିବାରିକ ଜୀବନ ସୁଖମୟ ରହିବ ।


ସିଂହ – ଆଜି ଦିନଟି ଆପଣଙ୍କ ଦେହ ମନ ଆଦୌ ଭଲ ରହିବ ନାହିଁ । ବ୍ୟୟର ସ୍ରୋତ ବହି ଚାଲିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ବିଫଳ ରହିବେ ।


କନ୍ୟା – ଦେହ ଓ ମନ ଭଲ ରହିବ । ଶତ୍ରୁ ପରାଜିତ ହେବେ । ଚାକିରୀରେ ସୁସ୍ଥତା ବୋଧ କରିବେ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ ।


ତୁଳା – ଦେହ ଓ ମନ ଭଲ ରହିବ । ଭ୍ରମଣର ଯୋଗ ରହିଛି । ପିଲାମାନଙ୍କ ପାଠପଢା ପାଇଁ ଚିନ୍ତିତ ରହିବେ । ବ୍ୟବସାୟରେ ବିଦେଶ ଯାତ୍ରା କରିବେ ।


ବିଛା - ଦେହ ଓ ମନ ଭଲ ରହିବ । ଦୂର ଭ୍ରମଣ ଯୋଗ ରହିଛି । ଆୟ ଉତ୍ତମ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟା ପ୍ରତି ଇଚ୍ଛା ପ୍ରକାଶ କରିବେ ।


ଧନୁ – ଦେହ ମଧ୍ୟ ଅସୁସ୍ଥ ହେବ । କର୍ମକ୍ଷେତ୍ରରେ ସଫଳତା ଯୋଗ । ଚାକିରୀରେ ଦୁଃସାହସ ନ କରିବା ଉଚିତ୍ । ପଦ ଉନ୍ନତିର ଯୋଗ ଅଛି ।


ମକର – ଦେହ ଖୁବ୍ ଭଲ ରହିବ । ଆୟ ଉତ୍ତମ ରହିବ । ବିବାଦ ଜଡିତ ନ ହେବା ଶ୍ରେୟ ଅଟେ । ବିଦ୍ୟାର ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ ।


କୁମ୍ଭ - ଶତ୍ରୁ ପରାଜିତ ହେବେ । ଆୟ ଉତ୍ତମ ରହିବ । ଘର ତିଆରି କାମରେ ଆଗେଇବେ । ପିଲାମାନେ ଖେଳ କୁଦ ପ୍ରତି ଅଧିକା ମନ ଦେବେ ।


ମୀନ - ଦେହ ସୁସ୍ଥ ରହିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ସଫଳ ରହିବେ । ଚାକିରୀରେ ସମ୍ମାନୀତ ହେବେ । ପାରିବାରିକ ସହ ଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.