ଡିସେମ୍ବର ୦୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 09, 2021 IST

ମେଷ – ଚାଷୀମାନଙ୍କ ପାଇଁ ଟିକେ ଦୁଃଖମୟ ରହିବ । ଜଳବାୟୁ ପ୍ରତି ସତର୍କ ରୁହନ୍ତୁ। ଗୃହିଣୀମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ । ଛାତ୍ରଛାତ୍ରୀ ପାଠପଢା ପ୍ରତି ସଜାଗ ରହିବେ। ପରିବାରର ଶାନ୍ତି ପାଇଁ ଘରେ ଆଗରେ ଗୋବରଜଳ ସିଞ୍ଚନ କରନ୍ତୁ ।

ବୃଷ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ। ପାରିବାରିକ କ୍ଷେତ୍ରରେ ବିଶଙ୍ଖଳା ଦେଖାଦେବ । କର୍ମଜୀଵିମାନେ କାର୍ଯ୍ୟରେ ସଫଳ ହେବେ ।ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ। ଯାତ୍ରାସମୟରେ ଭଗବାନ ଶିବଙ୍କ ପ୍ରତିମା ଦର୍ଶନ କରି ବାହାରନ୍ତୁ ।

ମିଥୁନ-ଚାଷୀଭାଇମାନେ ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ। ଗୃହିଣୀମାନେ ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବାହାରକୁ ବାହାରିବା ସମୟରେ ଗଣେଶ ମନ୍ତ୍ର ଜପକରି ଯାତ୍ରା କରନ୍ତୁ ।

କର୍କଟ-କର୍ମଜୀବିମାନେ କାର୍ଯ୍ୟ କରି ପ୍ରଶଂସିତ ହେବେ କାର୍ଯ୍ୟରେ ଅବହେଳା କରିବେ ନାହିଁ । ଚାଷୀମାନଙ୍କର କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ । ଜଳବାୟୁ ବିଷୟରେ ସଠିକ ବିବରଣୀ ନିଅନ୍ତୁ। ଗୋମାତାଙ୍କୁ ଅନ୍ନଦାନ କରନ୍ତୁ ।

ସିଂହ-ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ଅଧା ରହିଥିବା କାର୍ଯ୍ୟକୁ ପୁର୍ଣ କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନଦେବେ । ଘରୁ ବାହାରିବା ସମୟରେ ନାଲି ସିନ୍ଦୁର ମଥାରେ ଲଗାଇ ଯାତ୍ରା କରନ୍ତୁ ମଙ୍ଗଳ ହେବ ।

କନ୍ୟା-ଗୃହିଣୀମାନେ ପୂଜାପାଠରେ ବ୍ୟସ୍ତ ରହିବେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଧର୍ମ କାର୍ଯ୍ୟରେ ମନନିବେଶ କରିବେ । ବ୍ୟବସାୟରେ ସଫଳତା ପାଇବେ ସତର୍କତା ସହିତ କାର୍ଯ୍ୟରେ ମନଦିଅନ୍ତୁ ।

ତୁଳା- ପୂର୍ବରୁ ରଖିଥିବା ଯୋଜନା ସଫଳ ହେବ। ବନ୍ଧୁମାନଙ୍କର ପରାମର୍ଶ ଓ ସହଯୋଗ ମିଳିବ । ଛାତ୍ରଛାତ୍ରୀ ପାଠପଢାରେ ମନଦେବେ। ଅନଲାଇନରେ ପାଠ ପଢିବେ।

ବିଛା- ପୁରା ଦିନ ମନରେ ଉତ୍ସାହ ଭରି ରହିବ କିନ୍ତୁ ଶରୀରରେ କିଛି ଯନ୍ତ୍ରଣାରୁ ଦୁଃଖ ଅନୁଭବ କରିବେ । ବ୍ୟବସାୟୀମାନଙ୍କର ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ । ଧୈର୍ଯ୍ୟ ନହରାଇ ପୁନଃ ଚେଷ୍ଟା କରିପାଇ ପାରିବେ ।

ଧନୁ-ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନଟି ଭଲ ରହିବ, ଭାବୁଥିବା ଅଧା ରହିଯାଇଥିବା କାର୍ଯ୍ୟ ପରିପୂର୍ଣ ହେବ ।ରୋଗୀମାନେ ଅସାଧ୍ୟ ରୋଗରୁ ମୁକ୍ତ ହୋଇ ସାମାନ୍ୟ ସୁସ୍ଥ ଅନୁଭବ କରିବେ। ମାଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।

ମକର-ଚାଷୀମାନେ ଚାଷ କାର‌୍ୟ୍ୟରେ ଉନ୍ନତି ପରିଲକ୍ଷିତ ହେବ।କୀଟନାଶକର ସଠିକ ସମୟରେ ବ୍ୟବହାର କରନ୍ତୁ। କର୍ମଜୀବିମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ କର୍ମକ୍ଷେତ୍ରରେ ଉନ୍ନତିମି ଳିବ ।

କୁମ୍ଭ-ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ, ପୁରାଦିନ ବ୍ୟସ୍ତତା ମଧ୍ୟରେ କଟିବ ଧିରସ୍ଥିର ହୋଇ ସଂଯମତା ରଖି କଥା କୁହନ୍ତୁ, ପୁରାଦିନ ସତର୍କ ରୁହନ୍ତୁ । ରୋଗୀମାନେ ରୋଗରୁ ମୁକ୍ତ ହୋଇପାରନ୍ତି ବ୍ୟାୟାମ କରିବା ଉଚିତ।

ମୀନ-ଦିନଟି ବହୁତ ଭଲରେ କଟିବ, ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ ନିଜ କାମ ଓ ବ୍ୟବହାରକୁ ନେଇ ମାନସମ୍ମାନ ମିଳିବ, ମନରେ ଥିବା ଇଛା ପୂରଣ ହେବ ଶୁଭ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି, ବାଣିଜ୍ୟ, ବ୍ୟବସାୟରେ ଲାଭବାନ ରହିବେ ମହିଳାମାନେ ପୁରା ଦିନ ହସଖୁସିରେ କଟିବ କୌଣସି ମହିଳାଙ୍କୁ କିଛି ଉପହାର ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.