୧୦ ଜାନୁଆରୀ ୧୯, ଗୁରୁବାର

Published By : Prameya-News7 Bureau | January 10, 2019 IST

ମେଷ – ପରିଶ୍ରମର ମୂଲ୍ୟ ମିଳିବ । ସରକାରୀ ଧନ ମିଳିବାର ବ୍ୟବସ୍ଥା ହୋଇ ସାରିଛି । ଗୃହର ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରେ । ଉତ୍ତମ ଗୁଣଯୁକ୍ତ ହେବେ ।


ବୃଷ – ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିପାରେ । ଭ୍ରମଣ ଜନିତ ସୁଖ ପାଇବେ । ଶୁଭ କାର୍ଯ୍ୟ ପାଇଁ ଉତ୍ସାହିତ ହୋଇ କାର୍ଯ୍ୟ କରିବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ମିଥୁନ - ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ ।


କର୍କଟ – ଦିନଟି କଳ୍ପନା,ଜଳ୍ପନା ଭିତ୍ତିକ ହୋଇପାରେ । ମିତ୍ରତା ବୃଦ୍ଧି ହେବାର ସୂଚନା ମିଳୁଛି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଧନବାନ ହେବେ ।


ସିଂହ – ନିଜକୁ ଅସହାୟ ମନେ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । ଅର୍ଥ ପ୍ରାପ୍ତିରେ ସମୃଦ୍ଧି ହେବେ । ସୁବର୍ଣ୍ଣ,ମଣି-ମୁକ୍ତା ପ୍ରାପ୍ତିର ସୂଚନା ମିଳୁଛି ।


କନ୍ୟା – ଆଜି ଦିନଟି ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସମ୍ଭାବନା ଅଛି । ବ୍ୟବସାୟ ଲାଭଜନକ ହେବ । ଅଶାନ୍ତି ସୂର ହେବ ।


ତୁଳା – ନିଜ ସ୍ୱାର୍ଥକୁ ପଛରେ ପକାଇ ପର ପାଇଁ କାର୍ଯ୍ୟ କରିପାରନ୍ତି । ବାଦ ବିବାଦର ଅବସାନ ଘଟିବ । ବିଳମ୍ବରେ ସଫଳତା ମିଳିବ । ଶ୍ରେଷ୍ଠ ଆସନରେ ଆସୀନ ହେବେ ।


ବିଛା – ଦାୟିତ୍ୱରେ ପରିବର୍ତ୍ତନ ଘଟିବାର ସମୟ ଉପସ୍ଥିତ । ଉଚ୍ଚ ଆଶା ଫଳବତୀ ହେବାର ସୁଯୋଗ ସୃଷ୍ଟି ହୋଇଛି । ଶ୍ରେଷ୍ଠ ପଦ- ପଦବୀ ମିଳିବାର ସୌଭାଗ୍ୟ ଉଦୟ ହୋଇଛି ।


ଧନୁ – ଅନେକ କ୍ଷେତ୍ରରେ ସଫଳତା ମିଳିବ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ନିଜ କାର୍ଯ୍ୟର ସମୀକ୍ଷା କରି ଶାନ୍ତି ପାଇବେ ।


ମକର – ଉଚ୍ଚ ଆଶା କରିବେ, ମାତ୍ର ସଫଳତା ମିଳିବା କଷ୍ଟ ଦାୟକ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୁଯୋଗ-ସୃଷ୍ଟି ହୋଇଛି । ଉନ୍ନତି ମାର୍ଗରେ ଆଗକୁ ବଢିବେ ।


କୁମ୍ଭ - ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ । ଅଶାନ୍ତିର ଅବସାନ ଘଟିବ । ଅଯଥା ବ୍ୟୟ ହେବାର ସୂଚନା ମିଳୁଛି । ରାଜପୂଜା ମିଳିବ । ନିରାଟ ସତ୍ୟକୁ ଦୀକ୍ଷା ଭାବେ ଗ୍ରହଣ କରିବେ ।


ମୀନ - ଦୂର ଯାତ୍ରା ପାଇଁ ଆଗ୍ରହୀ ପ୍ରକାଶ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିପାରେ । ମିତ୍ରତାକୁ ପ୍ରସାରିତ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.