୩୦ ଡିସେମ୍ବର, ରବିବାର

Published By : Prameya-News7 Bureau | December 30, 2018 IST

ମେଷ – ଚଳାଇ ରଖିଥିବା ଉଦ୍ୟମ ସଫଳ ହେବ । କେତେକ କ୍ଷେତ୍ରରେ ମନ ମନାନ୍ତର ଘଟିପାରେ । ଧର୍ମ-କର୍ମ ସଂପାଦନ କରିପାରନ୍ତି ।


ବୃଷ – ଉନ୍ନତି ମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି । କଳ୍ପନା ବିଳାସୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଗୁରୁଜନଙ୍କ ଆର୍ଶିବାଦରୁ ମନ ପ୍ରଫୁଲ୍ଲ ରହିବ ।


ମିଥୁନ - ସୁଯୋଗର ସଦୁପଯୋଗ କରିପାରନ୍ତି । କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମିଥ୍ୟ ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ ।


କର୍କଟ- ସୁଖୀ ହେବେ । ଆଦର ସମ୍ମାନ ମିଳିପାରେ । ସୁପାରିସ ମିଳିପାରେ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ସିଂହ – ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ । ସଙ୍କଟ ଘନୀଭୂତ ହୋଇପାରେ । ଖର୍ଚ୍ଚାନ୍ତ ଯୋଗ ଅଛି । ଧାର୍ମିକ ମନୋବୃତ୍ତିର ହେବେ । ଚକ୍ଷୁ ପୀଡା ଅନୁଭବ କରିପାରନ୍ତି ।


କନ୍ୟା – ସୁଖ,ସନ୍ତୋଷ ଲାଭ କରିପାରନ୍ତି । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିବେ । ମାନ୍ୟତା ପ୍ରାପ୍ତ ହେବାର ବାତାବରଣ ସୃଷ୍ଟି ହୋଇଛି ।


ତୁଳା – ସୁଖ,ସମ୍ମାନ ଲାଭ କରିପାରନ୍ତି । ପରୋପକାରୀ ହେବେ । ଯଶସ୍ୱୀ ହେବେ । ସମ୍ମାନ ବୃଦ୍ଧି ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ବର୍ଦ୍ଧିତ ଦାୟିତ୍ୱ ପ୍ରତି ଯତ୍ନବାବ ହେବାକୁ ପଡିବ ।


ବିଛା – ଗୃହରେ ଶାନ୍ତିର ବାତାବରନ ସୃଷ୍ଟି ହେବ । ପରୋପକାରି ହୋଇପାରନ୍ତି । ବହୁ ଶୁଭ ଯୋଗ ରହିଛି । କର୍ମକ୍ଷେତ୍ରରୁ ଆଶାନୁରୂପ ସଫଳତା ପଇବେ ।


ଧନୁ – ନିର୍ଭୟରେ ଆଗକୁ ମାଡି ଚାଲିବା ବୁଦ୍ଧିମାନର କାର୍ଯ୍ୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଭାବ ଯୋଗୁଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି ।


ମକର – ପିତାଙ୍କ ସ୍ୱାସ୍ଥ୍ୟ ହାନି ପ୍ରତି ଚିନ୍ତିତ ହେବେ । ବନ୍ଧୁ ସହଯୋଗ ପାଇ ଚିନ୍ତା ଦୂର ହୋଇପାରେ । ସେବା କର୍ମରେ ଦୀକ୍ଷିତ ହୋଇ ଆତ୍ମ ସନ୍ତୋଷ ଲାଭ କରିବେ ।


କୁମ୍ଭ - ପାରିବାରିକ ସୁଖ ଅବ୍ୟାହତ ରହିବ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଆଶାଜନକ ଶୁଭଫଳ ଲାଭ କରିବେ ।


ମୀନ - ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଲ ଚେଷ୍ଠିତ ହେବେ । ଆଶାନୁରୁପ ଅର୍ତ ପ୍ରାପ୍ତ ହେବାବେଳେ ବୟୟ ବୃଦ୍ଧିର ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.