Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜିର ରାଜନିତୀରେ ଆଦର୍ଶର ସ୍ଥାନ ନାହିଁ, ରାଜନୀତି କ୍ଷେତ୍ର ପାଲଟିଛି ବ୍ୟବସାୟିକ ପେଣ୍ଠସ୍ଥଳୀ, ଏମିତି କହିଲେ ପୂର୍ବତନ ବିଧାୟକ

25/11/2020 at 9:46 PM

ଝାରସୁଗୁଡା ୨୫।୧୧: ଆଜିର ରାଜନିତୀରେ ଆଦର୍ଶର ସ୍ଥାନ ନାହିଁ। ନାହିଁ ରାଜନୀତି। ରାଜନୀତି କ୍ଷେତ୍ର ପାଲଟିଛି ବ୍ୟବସାୟିକ ପେଣ୍ଠସ୍ଥଳୀ। ସେଥିପାଇଁ ରାଜନୀତିରେ ସ୍ପ୍ରୁହା ହରାଇ ସାରିଥିବା ପୂର୍ବତନ ବିଧାୟକ ଥିବା ମକରଧ୍ୱଜ ପ୍ରଧାନ ପରବର୍ତ୍ତୀ ସମୟରେ ରାଜନିତୀ ଛାଡି ଶିକ୍ଷକତା କରିବାକୁ ପସନ୍ଦ କରିଥିଲେ।

ଦେଶସେବାର ପରିକଳ୍ପନା ନେଇ ୧୯୫୨ ମସିହାରେ ତତ୍କାଳୀନ ରାଜନେତା ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ନବକ୍ରୁଷ୍ଣ୍ଣ ଚୌଧୁରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱତନ୍ତ୍ରପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମକରଧ୍ୱଜ ପ୍ରଧାନ ଦେଖିଥିଲେ ହୀରାକୁଦ ନଦୀବନ୍ଧ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ଚିତ୍ର। ସେ ସେତେବେଳେ ସାଇକେଲରେ ବୁଲି ବୁଲି ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହାରି ଭିତରେ ୧୫ ଜଣ ବିଧାୟକ ନିର୍ବାଚିତ ହୋଇ ସାରିଥିବା ବେଳେ ବିସ୍ଥାପିତଙ୍କ ଦୁଃଖ ଏବେ ବି ଯାଇ ନଥିବାରୁ ତାଙ୍କ ମନରେ ରହିଯାଇଛି କ୍ଷୋଭ।

   Related Posts