ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ : ୩୭୮୦ ମୃତ

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୩ /୫: ଦେଶରେ ବିଭିନ୍ନ ସ୍ଥାନରେ ଆଜିଠୁ ଆରମ୍ଭ ହୋଇଛି ଲକଡାଉନ୍ । ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ତାଲାବନ୍ଦର ନିଷ୍ପତ୍ତି । ଏପଟେ କମିବାର ନାଁ ନଉନି ସଂକ୍ରମଣ । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୮୦ ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୭୮୦ ଟପିଛି । ଯାହାକି ପୂର୍ବ ଅଙ୍କ ତୁଳନାରେ କମ୍ ରହିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୦୬ ଲକ୍ଷ ୬୫ହଜାର ୧୪୬ରେ ପହଞ୍ଚିଛି । ବର୍ତ୍ତମାନ ଆକ୍ଟିଭ କେସ୍ ୩୪ ଲକ୍ଷ ୮୭ ହଜାର ୨୨୯ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.