ଆଜିର ଦିନରେ ପଦାର୍ପଣ କରିଥିଲେ ଭାରତର ଏହି ଦୁଇ ମହାନ ବ୍ୟାଟସମ୍ୟାନ, ଖାସ୍ ମୁହୂର୍ତ୍ତକୁ ମନେ ପକାଇଲା ICC, ସେୟାର କଲା ଭିଡିଓ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୦୬: ୨୪ ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ  ଜୁନ ୨୦ରେ ଭାରତର ଦୁଇ ମହାନ ବ୍ୟାଟସମ୍ୟାନ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ଆଉ କେହି ନୁହନ୍ତି ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଦଓ୍ଵାଲ ନାମରେ ପ୍ରସିଦ୍ଧ ରାହୁଲ ଦ୍ରାବିଡ। ଗାଙ୍ଗୁଲି ଓ ଦ୍ରାବିଡ ୧୯୯୬ ଜୁନ ୨୦ରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲର୍ଡ୍ସରେ ଟେଷ୍ଟରେ ପଦାର୍ପଣ କରିଥିଲେ।

ଆଇସିସି ମଧ୍ୟ ନିଜର ଅଧିକାରୀ ଟ୍ଵିଟର ହ୍ୟାଣ୍ଡେଲରେ ୧.୧୭ ମିନିଟ୍‌ର ଏକ ଭିଡିଓ ସେୟାର କରି ଲର୍ଡ୍ସରେ ଖେଳାଯାଇଥିବା ସେହି ଖାସ୍ ଟେଷ୍ଟକୁ ମନେ ପକାଇଛି। ଏହି ଟେଷ୍ଟରେ ଦୁଇ ମହାନ କ୍ରିକେଟ୍‌ର ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ।

wp:core-embed/twitter {"url":"https://twitter.com/ICC/status/1274280913501925376?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1274280913501925376\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Flifes-best-moment-sourav-ganguly-recalls-his-test-debut-tspo-1-1202700.html","type":"rich","providerNameSlug":"twitter","className":""}
https://twitter.com/ICC/status/1274280913501925376?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1274280913501925376&ref_url=https%3A%2F%2Faajtak.intoday.in%2Fsports%2Fstory%2Flifes-best-moment-sourav-ganguly-recalls-his-test-debut-tspo-1-1202700.html
/wp:core-embed/twitter

ଗାଙ୍ଗୁଲି ଉକ୍ତ ମ୍ୟାଚ୍‌ରେ ଭାରତର ପ୍ରଥମ ଇନିଂସରେ ୧୩୧ର ଦମଦାର ବ୍ୟାଟିଂ କରିଥିଲେ। ଏହା ସହିତ ପଦାର୍ପଣ ମ୍ୟାଚ୍‌ରେ ଶକତ ହାସଲ କରିବାରେ ଦଶମ ଭାରତୀୟ ବ୍ୟାଟସମ୍ୟାନ ହେବାର ଖ୍ୟାତି ଅର୍ଜନ କରିଥିଲେ। ରାହୁଲ ଦ୍ରାବିଡ ଦୁର୍ଭାଗ୍ୟବଶତଃ ଶତକରୁ ବଞ୍ଚିତ ହୋଇଥିଲେ। ସେ ୯୬ ରନର ଚମତ୍କାର ଇନିଂସ ଖେଳିଥିଲେ।

wp:core-embed/twitter {"url":"https://twitter.com/SGanguly99/status/1274053095341920256?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1274053095341920256\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Flifes-best-moment-sourav-ganguly-recalls-his-test-debut-tspo-1-1202700.html","type":"rich","providerNameSlug":"twitter","className":""}
https://twitter.com/SGanguly99/status/1274053095341920256?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1274053095341920256&ref_url=https%3A%2F%2Faajtak.intoday.in%2Fsports%2Fstory%2Flifes-best-moment-sourav-ganguly-recalls-his-test-debut-tspo-1-1202700.html
/wp:core-embed/twitter

ବିସିସିଆଇର ସଭାପତି ସୌରଭ ଗାଙ୍ଗଲି ମଧ୍ୟ ନିଜର ପଦାର୍ପଣ ଟେଷ୍ଟକୁ ମନେ ପକାଇ ଲେଖିଛନ୍ତି ଯେ, ଆଜିର ଦିନରେ ମୁଁ ଟେଷ୍ଟରେ ପଦାର୍ପଣ କରିଥିଲି। ଏହା ମୋ ପାଇଁ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ। ଗାଙ୍ଗୁଲିଙ୍କ ପତ୍ନୀ ଡୋନା ମଧ୍ୟ ଟ୍ଵିଟ୍‌ରେ ଲେଖିଛନ୍ତି, ୨୪ ବର୍ଷ ପୂର୍ବେ ସୌରଭ ପଦାର୍ପଣ କରିଥିଲେ। ତୁମକୁ ନେଇ ଆମେ ଗର୍ବିତ।  

ଗାଙ୍ଗୁଲି କିନ୍ତୁ ନିଜର ଅନ୍ତରାଷ୍ଟ୍ରୀୟ ପଦାର୍ପଣ ୧୯୯୨ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ କରିଥିଲେ। ଉକ୍ତ ମ୍ୟାଚ୍‌ରେ ସେ କେବଳ ୩ ରନ କରି ପାରିଥିଲେ ଏବଂ ପରବର୍ତ୍ତୀ ୪ ବର୍ଷ ବାହାରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.