କମୁଛି ସଂକ୍ରମଣ, ତଥାପି କମିନି ଭୟ : ୨୪ ଘଣ୍ଟାରେ ୪ ହଜାର ଟପିଲା ମୃତ୍ୟୁ, ୩ ଲକ୍ଷ ୪୮ହଜାରରୁ ଅଧିକ ପଜିଟିଭ

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ,୧୨/୫: ଦେଶରେ ସଂକ୍ରମଣରେ ଆସୁଛି ସୁଧାର । ତଥାପି ଟଳିନି ଭୟ । ସ୍ଥିତି ଏବେ ଗମ୍ଭୀର ରହିଛି । ଗତ ଦୁଇ ଦିନ ହେବ କରୋନା ଗ୍ରାଫ ତଳମୁହାଁ ହୋଇ ରହିଛି । ହେଲେ ବି ମୃତ୍ୟୁ ସଂଖ୍ୟା ୨୪ ଘଣ୍ଟାରେ ରେକର୍ଡ କରିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ବଳବତ୍ତର ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨୦୫ ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୨୦୫ ଟପିଛି । ୨୪ ଘଣ୍ଟା ମଧ୍ୟରେ ୪ହଜାର ୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.