ସୋମବାର, ୧୦ ସେପ୍ଟେମ୍ବର ୨୦୧୮

Published By : Prameya-News7 Bureau | September 10, 2018 IST

ମେଷ – ସମ୍ପତ୍ତି ଜନିତ ବିବାଦ ଦେଖା ଦେଇପାରେ । ସହଯୋଗ ମିଳିବ । କଷ୍ଟସାଧ୍ୟ ହୋଇପାରେ । କର୍ମ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଗୃହରେ ଧୀରେ ଧୀରେ ଶାନ୍ତି ପ୍ରତିଷ୍ଠା ହେବ । ବୃଷ – କାର୍ଯ୍ୟରେ ସଫଳତା ଲାଭ କରିବେ । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ମିଠାକଥା କହି ପରକୁ ଆପଣାର କରିପାରନ୍ତି । ସୁଖ ଭୋଗ କରିବେ । ଗୁଣଜ୍ଞ ହୋଇପାରନ୍ତି । ମିଥୁନ - ସାମାନ୍ୟ କାରଣରୁ ଦ୍ୱନ୍ଦ ଉପୁଜିପାରେ । ମନରେ ଅସନ୍ତୋଷ ଜାତ ହୋଇପାରେ । ଆଶା ଫଳବତୀ ହେବ । ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି । ଭାଗ୍ୟବାନ ହେବେ । କର୍କଟ – ସୁଖ, ସନ୍ତୋଷ ଲାଭ କରିପାରନ୍ତି । ଅଙ୍ଗପୀଡା ପାଇ ସନ୍ତାପିତ ହୋଇପାରନ୍ତି । ଆୟ ଉଣା ହେବ ନାହିଁ । ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ସିଂହ – ଆକସ୍ମିକ ଧନପ୍ରାପ୍ତିର ହେବାର ସୂଚନା ମିଳୁଛି; ତଥାପି ଅସନ୍ତୋଷ ଲାଗି ରହିବ । ବିଳାସ-ବ୍ୟସନ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଶୁଣା କଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିରେ କାର୍ଯ୍ୟ କରି ଚାଲନ୍ତୁ । କନ୍ୟା – ଘନୀଭୂତ ହୋଇଥିବା ବିପଦ ଦୂରେଇ ଯିବ । ମନରେ ପ୍ରସନ୍ନତା ଭରି ରହିବ । ପାରିବାରିକ ସୁଖ ମିଳିବ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଆଶା ପୂରଣ ଓ କାର୍ଯ୍ୟରେ ସଫଳତା ମିଳିବ । ତୁଳା – ଆୟ ଆଶାନୁରୂପ ହେବ । ଭାଗ୍ୟବାନ୍ ହେବେ । ସରକାରୀ କୃପା ଲାଭ କରିପାରନ୍ତି । ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବିଛା – ସତର୍କ ରହିଲେ ଅଘଟଣରୁ ଉଧୁରୀ ଯିବେ । ଆଶାପୂରଣ ହେବାର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ସମ୍ମାନିତ ହେବେ । ଉନ୍ନତି ପଥରେ ଆଗକୁ ବଢିବେ । ଧନୁ – କାର୍ଯ୍ୟ ଧୀର ମନ୍ଥର ଗତିରେ ଚାଲିପାରେ । କଷ୍ଟ ସହି ବାଧା-ବିଘ୍ନ ଏଡାଇବାକୁ ପଡିବ । ନିଜ ଇଚ୍ଛା ବିରୁଦ୍ଧରେ କୌଣସି ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ ନ କରିବା ଭଲ । ଅସୁସ୍ଥତା ଅନୁଭବ କରିବେ । ମକର – ବନ୍ଧୁବର୍ଗରେ ଅପ୍ରସ୍ତୁତ ହୋଇପାରନ୍ତି । ଭୋଜନରେ ଅସନ୍ତୋଷ ଜାତ ହୋଇପାରେ । ବକୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଭବିଷ୍ୟ କର୍ମପନ୍ଥା ସ୍ଥିର କରିବେ । କୁମ୍ଭ - ଆଶ୍ୱସ୍ତ ହେବେ । ଆୟବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଗୁରୁ-ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଅପୂର୍ବ ସଫଳତା ମିଳିବ । ମୀନ - ଭବିଷ୍ୟତ ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରିବେ । ସ୍ୱାସ୍ଥ୍ୟୂ ଅତୁଟ ରହିବ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଚାକିରି କ୍ଷେତ୍ରରେ ଉନ୍ନତମାନର କାର୍ଯ୍ୟ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.