ଆଜି ଆକାଶରେ ଦେଖିବାକୁ ମିଳିବ ଏକ ଅଦ୍ଭୁତ ଦୃଶ୍ୟ : ନ ଦେଖିଲେ ପୁଣି ଅପେକ୍ଷା କରିବାକୁ ପଡ଼ିବ ଆହୁରି ୧୫ବର୍ଷ

Published By : Prameya-News7 Bureau | October 13, 2020 IST

ମଙ୍ଗଳବାର ଅର୍ଥାତ୍ ଆଜି ଏକ ବଡ଼ ମହାକାଶୀୟ ଘଟଣା ଘଟିବ ଏବଂ ସୌର ମଣ୍ଡଳରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ମଙ୍ଗଳ ଗ୍ରହ ପୃଥିବୀର ସବୁଠୁ ନିକଟତର ହେବ ଏବଂ ନିଜ ଉଜ୍ଜ୍ବଳ ନାରଙ୍ଗୀ ରଙ୍ଗରେ ଚମକୁଥିବାର ଦେଖାଯିବ। ସବୁଠୁ ଅଦ୍ଭୁତ ଜିନିଷ ଏହା ହେବ ଯେ ଏହି ଦିନ ମଙ୍ଗଳ ସୂର୍ଯ୍ୟର ବିପରୀତ ହେବ ଏବଂ ପୃଥିବୀ ସିଧା ମଙ୍ଗଳ ଏବଂ ସୂର୍ଯ୍ୟ ମଝିରେ ରହିବ।

ଏହା ଦ୍ବାରା ପୃଥିବୀ ଏବଂ ସୂର୍ଯ୍ୟ ସହ ମଙ୍ଗଳ ଗ୍ରହ ଗୋଟିଏ ସିଧାରେ ଦେଖାଯିବେ। ଯେଉଁମାନେ ଏହି ମହାକାଶୀୟ ଘଟଣା ଏବଂ ଏହି ଅଦ୍ଭୁତ ଦୃଶ୍ୟକୁ ଦେଖିପାରିବେ ନାହିଁ ସେମାନଙ୍କୁ ପୁଣି ୧୫ବର୍ଷ ଅପେକ୍ଷା କରିବାକୁ ପଡ଼ିବ ଏବଂ ଏପରି ଦୃଶ୍ୟ ୨୦୩୫ମସିହା ସେପ୍ଟେମ୍ବର ୧୧ରେ ଦେଖିବାକୁ ମିଳିବ। ମଙ୍ଗଳବାର ମଙ୍ଗଳ ଗ୍ରହକୁ  ନିଜ ଆଖିରେ ମଧ୍ୟ ଦେଖିପାରିବେ।

ବିଜ୍ଞାନ ଭାଷାରେ ଏହି ମହାକାଶୀୟ ଘଟଣାକୁ ମାର୍ସ ଆଟ ଅପୋଜିସନ କୁହାଯାଏ। ସୂର୍ଯ୍ୟ,ପୃଥିବୀ ଏବଂ ମଙ୍ଗଳ ଏହି ୩ଟି ଗ୍ରହ ଗୋଟିଏ ସିଧା ଲାଇନରେ ଆସିବା ମହାକାଶ ବିଜ୍ଞାନରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ସତରେ ଏକ ସ୍ମରଣୀୟ ଦିନ ହୋଇ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.