କର ବା ମର ସ୍ଥିତିରେ ବିରାଟଙ୍କୁ ଆଜି ରହିବାକୁ ପଡ଼ିବ ସାବଧାନ, ପାଲଟା ଆକ୍ରମଣ କାରିବାରେ ମାହିର ଆଫଗାନ୍ ଟିମ୍

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ, ୦୩/୧୧: ଚଳିତ ଟି-୨୦ ବିଶ୍ୱକପ୍ରେ ଭାରତର ସ୍ଥିତ ଗମ୍ଭୀର ରହିଛି । ଆଜି ଆଫଗାନିସ୍ତାନ ଟିମ୍‌ ଭାରତୀୟ ଟିମ୍‌ ମୁହାଁ ମୁହିଁ ହେବେ । ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଫଗାନିସ୍ତାନର ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍‌ଦାର ରହିଛି । ଟିମ୍‌ ସ୍କଟ୍‌ଲ୍ୟାଣ୍ଡ ଏବଂ ନାମିବିୟାକୁ ହରାଇବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଜୋରଦାର୍‌ ପ୍ରଦର୍ଶନ କରିବା ସତ୍ତ୍ୱେ ହାରିଯାଇଥିଲା । ସ୍ଥିତି ଏପରି ଯେ, ଆଫଗାନ୍‌ ଟିମ୍‌ ଯଦି ଆଜିର ମ୍ୟାଚ୍‌ ଜିତି ଯାଏ ତେବେ ସେମିଫାଇନାଲରେ ପ୍ରବେଶ କରିବା ସହଜ ହୋଇଯିବ ।   

ସେମି ଫାଇନାଲ୍ ଆଶା ବଞ୍ଚାଇ ରଖିବାକୁ ହେଲେ ଏହି ମ୍ୟାଚ୍ ଭାରତ ପାଇଁ ଶେଷ ସୁଯୋଗ । ଏହି ମ୍ୟାଚରେ ଯଦି ଭାରତ ପରାସ୍ତ ହୁଏ, ତେବେ ସେମିଫାଇନାଲ ଖେଳିବା ଆଶା ହୋଇ ରହିଯିବ । ଖାଲି ସେତିକି ନୁହେଁ, ବଡ଼ ବ୍ୟବଧାନରେ ମଧ୍ୟ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ । ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ ।

ଟି-୨୦ ବିଶ୍ୱକପର ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ଟିମ୍ ଇଣ୍ଡିଆର ପରାଜୟ, ଦଳର ସ୍ଥିତିକୁ ନେଇ ଆଶଙ୍କା ବଢ଼ାଇଦେଇଛି । ତେଣୁ ଆଜିର ମ୍ୟାଚ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାଡ଼ିଛି ।

ଆଫଗାନିସ୍ତାନ ଟିମ୍‌ ଗ୍ରୁପ୍‌-୨ରେ ଏହି ସମୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ ଜିତିଛି ଏବଂ ଗୋଟିଏ ହାରିଛି । ଆଜିର ମ୍ୟାଚରେ ଆଫଗାନିସ୍ତାନକୁ ଦୁର୍ବଳ ଭାବେ ଗ୍ରହଣ କରିବା ଭାରତୀୟ ଦଳ ପାଇଁ ଘାତକ ହୋଇପାରେ । ଅଭ୍ୟାସ ମ୍ୟାଚରେ ଆଫଗାନିସ୍ତାନ କେତେ ପାରିବାର ବୋଲି ସେ ପ୍ରମାଣ ଦେଇଛି । ମହମ୍ମଦ ନବୀଙ୍କ ନେତୃତ୍ୱରେ ଦଳ ଦୁଇଥର ଟି-୨୦ ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ଏକପାଖିଆ ଢଙ୍ଗରେ ୫୬ ରନରେ ପରାସ୍ତ କରିଥିଲା । ଭାରତୀୟ ଦଳ ପାଇଁ ଫର୍ମରେ ଥିବା ଅଫଗାନ୍‌ ଟିମ୍‌ ଭିରି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.