Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆଜି ଜାନୁଆରୀର ଦ୍ବିତୀୟ ସର୍ବାଧିକ ଥଣ୍ଡା ଦିନ: ଅଧିକ ଥଣ୍ଡାରେ ହୋଇଥାଏ ଚିଲ୍ ବ୍ଲେନ୍ସ ରୋଗ, କିପରି ରକ୍ଷା ପାଇବେ ଜାଣନ୍ତୁ

28/01/2019 at 12:05 PM

ଥଣ୍ଡାର ପ୍ରକୋପ ପୁଣି ବଢିଛି ।  କିଛି ଦିନ ବ୍ୟବଧାନରେ ଶୀତ ପୁଣି ଫେରିଛି । ଜାନୁଆରୀ ୧ ତାରିଖ ପରେ ଆଜି ଜାନୁଆରୀର ସର୍ବାଧିକ ଥଣ୍ଡା ଦିନ ବୋଲି ଅନୁମାନ କରାଯାଉଛି । ଜାନୁଆରୀ ୧ ତାରିଖରେ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ  ଏବଂ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ ରହିଥିଲା । ଆଜି ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ  ଏବଂ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଉଛି ।

ସୋମବାର- ସର୍ବାଧିକ ୧୮, ସର୍ବନିମ୍ନ ୪

ମଙ୍ଗଳବାର- ସର୍ବାଧିକ ୧୯, ସର୍ବନିମ୍ନ ୫

ବୁଧବାର- ସର୍ବାଧିକ ୧୯, ସର୍ବନିମ୍ନ ୮

ଗୁରୁବାର- ସର୍ବାଧିକ ୧୯, ସର୍ବନିମ୍ନ ୮

ରବିବାର ମଧ୍ୟ ଶୀତର ଲହରୀ ଜାରି ରହିଥିଲା । ଫଳରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା । ସାରା ଦିନ ଥଣ୍ଡା ପବନ ବୋହିଥିଲା । ରବିବାର ସର୍ବାଧିକ ତାପମାତ୍ରା ୧୭ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ସେଲସିୟସ ରହିଥିଲା । ବର୍ଷା ଏବଂ ଥଣ୍ଡା ପାଗ ରହିଥିବା ଯୋଗୁଁ ହସ୍ପିଟାଲମାନଙ୍କରେ ଥଣ୍ଡାଜ୍ବର, ଗଳା, ସ୍ବାଇନ ଫ୍ଲୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଛି । ଏହା ବ୍ୟତୀତ ଅଧିକ ଥଣ୍ଡା ହେତୁ  ଅସ୍ଥମା, ଆଣ୍ଠୁଗଣ୍ଠି ବାତ, ହାର୍ଟ ରୋଗ ଥିବା ଲୋକଙ୍କ ସମସ୍ୟା ବଢିଯାଇଛି ।

ଅଧିକ ଥଣ୍ଡା ପଡିବା ସହ ହାତ ଗୋଡର ଆଙ୍ଗୁଠି ଫୁଲୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଚିଲ୍ ବ୍ଲେନ୍ସ ମଧ୍ୟ କୁହାଯାଏ । ଏଭଳି ରୋଗୀମାନଙ୍କୁ ଅଧିକ ଗରମରୁ ଥଣ୍ଡା ଏବଂ ଥଣ୍ଡାରୁ ଗରମ ପରିବେଶକୁ ନଯିବା ଉଚିତ୍ । ଥଣ୍ଡା ଦିନରେ ହାତ ଏବଂ ଗୋଡର ଆଙ୍ଗୁଳି ଫୁଲିବା ସହ ଜ୍ବଳାପଡା ହେବା ସହ କୁଣ୍ଡେଇ ମଧ୍ୟ ହୋଇଥାଏ ।

କେତେକଙ୍କ ଆଙ୍ଗୁଠି ଫୁଲିଯିବା ସହ ସେଠାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଯେଉଁମାନଙ୍କର ତ୍ବଚା ସମ୍ବେଦନଶୀଳ ହୋଇଥାଏ ସେମାନଙ୍କୁ ଅଧିକ ସମସ୍ୟା ହୋଇଥାଏ । ଔଷଧ ସହ ଥଣ୍ଡାରୁ ନିଜରୁ ବଞ୍ଚାଇ ରଖିବା ଦ୍ବାରା ଏହି ରୋଗରୁ ବର୍ତ୍ତି ଯାଇପାରିବେ । ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗକୁ ଚିଲ୍ ବ୍ଲେନ୍ ମଧ୍ୟ କୁହାଯାଇଥାଏ । ଏହି ରୋଗ ଅଧିକାଂଶ ମହିଳାମାନଙ୍କୁ ହେବାର ଆଶଙ୍କା ଥାଏ । ମହିଳାମାନେ ବିଛଣାରୁ ଉଠିବା ପରେ ପରେ ହିଁ ଘର କାମରେ ଲାଗିଯାଇଥାନ୍ତି । ଥଣ୍ଡା-ଗରମ ହୋଇ ସେମାନଙ୍କର ହାତ ଗୋଡ ଆଙ୍ଗୁଠି ଫୁଲିଯାଇଥାଏ । ଯେଉଁମାନଙ୍କର ସମ୍ବେଦନଶୀଳ ତ୍ବଚା ସେମାନଙ୍କ ଥଣ୍ଡା ଦିନରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।

କିପରି ଏଥିରୁ ରକ୍ଷା ପାଇବେ :

ସକାଳୁ ଉଠି ଥଣ୍ଡାରେ ବାହାରକୁ ବାହାରନ୍ତୁ ନାହିଁ ।

ପୁରା ଗରମ ପାଣିରେ ହାତ ଏବଂ ଗୋଡ ବୁଡାନ୍ତୁ ନାହିଁ ।

ଗରମ କପଡାରେ ହାତ ଏବଂ ଗୋଡକୁ ଶେକନ୍ତୁ ।

ପାଦରେ ସକ୍ସ ପିନ୍ଧନ୍ତୁ ।

ପେନକିଲର  ଖାଆନ୍ତୁ ନାହିଁ ।

ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ରୋଗୀ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

   Related Posts