ଆଜି ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ଦୁଇଟି ବଡ ଆଷ୍ଟ୍ରଏଡ(ଧୂମକେତୁ) , ଜାଣନ୍ତୁ କଣ ଘଟିବ…

Published By : Prameya-News7 Bureau | September 14, 2019 IST

ଓ୍ବାସିଙ୍ଗଟନ୧୪|୯: ଆଜି ପୃଥିବୀର କକ୍ଷପଥ ଦେଇ ଦୁଇ ବଡ ଆଷ୍ଟ୍ରଏଡ (ଧୂମକେତୁ) ଅତିକ୍ରମ କରିବ। ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା  ଏହି ସୂଚନା ଦେଇଛି। ନାସାର ସୂଚାନ ମୁତାବକ,   2000 QW7 ଓ 2010 C01 ନାମକ ଦୁଇଟି ଆଷ୍ଟ୍ରଏଡ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଅତିକ୍ରମ କରିବ।  ନାସା ସ୍ପଷ୍ଟ କରିଛି ଯେ, ପୃଥିବୀ ଉପରେ ଏହି ଦୁଇଟି ଏ ଆଷ୍ଟ୍ରଏଡର କୌଣସି ପ୍ରଭାବ ନାହିଁ ।

wp:core-embed/twitter {"url":"https://twitter.com/NASA/status/1172246027031547904","type":"rich","providerNameSlug":"twitter","className":""}
https://twitter.com/NASA/status/1172246027031547904
/wp:core-embed/twitter

ନାସାର ସୂଚନା ମୁତାବକ, 2000 QW7 ନାମକ ଆଷ୍ଟ୍ରଏଡର ଆକାର ୯୫୦ରୁ ୨୧୦୦ ଫୁଟ ଲମ୍ବ । ସେପ୍ବେମ୍ବର ୧୪ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ(ଭାରତୀୟ ସମୟ)ରେ ପୃଥିବୀର କକ୍ଷପଥ  ଦେଇ 2000 QW7 ଆଷ୍ଟ୍ରଏଡ ଅତିକ୍ରମ କରିବ। ସେହିପରି 2010 C01 ଏ​‌ଷ୍ଟେରାୟଡ୍‌ ଆକାର ୪୦୦ରୁ ୮୫୦ ଫୁଟ ଲମ୍ବ। ସେପ୍ଟେମ୍ବର ୧୪ ତାରିଖ ରାତି ୧୧ ଟା ୪୨ ମିନିଟ (ଭାରତୀୟ ସମୟ)ରେ ପୃଥିବୀ କକ୍ଷପଥ ଦେଇ 2010 C01 ଏ ଆଷ୍ଟ୍ରଏଡ ଅତିକ୍ରମ କରିବ।

{"id":157472}

ଏହି ଦୁଇଟି ଆଷ୍ଟ୍ରଏଡ ଆକାର ବିଶ୍ବର ସବୁଠାରୁ ବଡ ବଲିଡିଂ ବୁର୍ଜ ଖଲିଫା ଭଳି ବୋଲି ନାସା କହିଛି। ବୁର୍ଜ ଖଲିଫା ଉଚ୍ଚତା ୮୨୮ ମିଟର ତେଣୁ ଅନୁମାନ କରିହେବ ଏହି ଦୁଇଟି ଆଷ୍ଟ୍ରଏଡ ଉଚ୍ଚତା କେତେ ହୋଇଥିବ। ଏହି ଆଷ୍ଟ୍ରଏଡ ପୃଥିବୀର କକ୍ଷପଥ ଦେଇଗତି କରିବ ହେଲେ କୌଣସି କ୍ଷତି କରିବ ନାହିଁ ବୋଲି ନାସାର ଅଧିକାରୀମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.