ଆଜି ରତ୍ନସିଂହାସନରେ ଚତୁର୍ଦ୍ଧାମୂରତିଙ୍କ ସୁନାବେଶ : ଦୁର୍ଲଭ ବେଶ ଦର୍ଶନ କରି ଭକ୍ତ ବିଭୋର

Published By : Prameya-News7 Bureau | January 10, 2020 IST

ପୁରୀ ୧୦/୧: ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସେପଟେ ପରମ୍ପରା ମୁତାବକ ପୌଷପୂର୍ଣ୍ଣିମା ଅବସରରେ ପୁରୀ ଗୋବର୍ଦ୍ଧନ ପୀଠ ତରଫରୁ ସମୁଦ୍ର ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

{"id":209454,"sizeSlug":"large"}

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଛି । ପୌଷପୂର୍ଣ୍ଣିମାରେ ଏହି ନୀତି କରାଯାଉଥିବାରୁ ଏହାକୁ ପୁଷ୍ୟାଭିଷେକ ମଧ୍ୟ କୁହାଯାଏ । ଏହି ଅବସରରେ ଆଜି ରତ୍ନସିଂହାସନରେ ଚତୁର୍ଦ୍ଧାମୂରତିଙ୍କ ରାଜାଧିରାଜ ବେଶ ବା ସୁନାବେଶ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ସକାଳ ଧୂପ ପରେ ସ୍ବର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁଙ୍କୁ ସଜାଇଥିଲେ ସେବାୟତ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଭକ୍ତମାନେ ବିଭୋର୍‌ ହୋଇଉଠିଥିଲେ ।

{"id":209455,"sizeSlug":"large"}

ଆଜି ଭୋର ୩ଟା ୫ରେ ଦ୍ବାର ଫିଟିବା ପରେ ୩ଟା ୫୦ରେ ମଙ୍ଗଳ ଆଳତୀ ଏବଂ ୫ଟାରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅଭିଷେକ ନୀତି ସରିବା ପରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ପୁଷ୍ୟାଭିଷେକ କରାଯାଇଥିଲା । ଏହା ପରେ ସୁନାବେଶରେ ସଜିତ ହୋଇଥିଲେ ଚତୁର୍ଦ୍ଧାମୂରତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷେକ ଅନ୍ୟତମ । ତ୍ରେତୟାରେ ପ୍ରଭୁ ଶ୍ରୀରାମ ୧୪ବର୍ଷ ବନବାସ ପରେ ଆଜିର ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ତେଣୁ ପରମ୍ପରା ମୁତାବକ ପୌଷପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଅଭିଷେକନୀତି ଅନୁଷ୍ଠିତ ହୋଇଥାଏ ।

{"id":209456,"sizeSlug":"large"}

ସେପଟେ ପବିତ୍ର ପୌଷପୂର୍ଣ୍ଣିମା ଅବସରରେ  ପୁରୀ ଗୋବର୍ଦ୍ଧନ ପୀଠ ପରମ୍ପରା ମୁତାବକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସମୁଦ୍ର ଆଳତୀ କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଶ୍ରୀଦିବ୍ୟସିଂହ ଦେବ ଉପସ୍ଥିତହୋଇଥିଲେ ।  ଆଜି ସକାଳୁ ନାମ ସଂକୀର୍ତ୍ତନ, ସୁନ୍ଦରାକାଣ୍ଡ, ଦିବ୍ୟ ସଂଦେହ ଆଜି କାର୍ଯ୍ୟକ୍ରମ ପରେ ତୀର୍ଥରାଜ ଶ୍ରୀମହୋଦଧି ନିତ୍ୟ ସଂଧ୍ୟା ଆଳତୀ ଅନୁଷ୍ଠିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.