ଆଜି କୁମ୍ଭ ରାଶିକୁ ଚଳନ କରୁଛନ୍ତି ଚନ୍ଦ୍ର : ଏହି ରାଶିର ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ

Published By : Prameya-News7 Bureau | November 06, 2019 IST

ଆଜି ଦିନଟି କିଛି ରାଶି ପାଇଁ ବିଶେଷ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । କାରଣ ଆଜି ଚନ୍ଦ୍ରଙ୍କର ଚଳନ କୁମ୍ଭ ରାଶିରେ ହେଉଛି । ତେବେ ଏହା କିଛି ରାଶିର ଜାତକ ଉପରେ ବେଶ୍ ଭଲ ପ୍ରଭାବ ପକାଇବ । ସେହିସବୁ ରାଶିର ଜାତକ ଥିବା ବ୍ୟକ୍ତିଙ୍କର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବ ।

ତେବେ ସେହିସବୁ ରାଶିଗୁଡିକ ହେଲା,

ମେଷ :

ଏହି ରାଶିର ଜାତକ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ରହିବ । ଏହି ରାଶିର ଜାତକରେ ଆଜି ଧନ ଲାଭର ଯୋଗ ରହିଛି । ଏମାନେ କିଛି ନୂଆ କରିବାକୁ ଚିନ୍ତା କରିବେ । ନୂତନ କାର୍ଯ୍ୟରେ ଇଚ୍ଛା ପ୍ରକାଶ କରିବେ । ଏମାନଙ୍କ ଭିତରେ ନୂଆ ଶକ୍ତିର ସଞ୍ଚାର ହେବ ।

ବୃଷ :

ଏହି ରାଶିର ଜାତକ ଥିବା ବ୍ୟକ୍ତିମାନଙ୍କର ସମସ୍ତ କାର୍ଯ୍ୟ ଆଜିର ଦିନରେ ସଫଳ ହେବ । ବ୍ୟବସାୟ, ଚାକିରୀ ଆଦି କ୍ଷେତ୍ରରେ ଏମାନେ ସଫଳତା ପାଇବେ । ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ଦିନଟି ବେଶ୍ ଭଲ ରହିବ ।

ମିଥୁନ :

ଏହି ରାଶିର ଜାତକ ଥିବା ବ୍ୟକ୍ତିମାନଙ୍କର ସମସ୍ତ କାର୍ଯ୍ୟ ଭାଗ୍ୟ ସାହାଯ୍ୟରେ ପୂରଣ ହେବ । ବୈବାହିକ ଜୀବନରେ ସୁଖ, ଶାନ୍ତି ବଜାୟ ରହିବ । ବନ୍ଧୁମାନଙ୍କ ସହ ମଉଜ ମସ୍ତି କରିବାରେ ଦିନଟି ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ ।

ସିଂହ :

ଏହି ରାଶିର ଜାତକ ଥିବା ବ୍ୟକ୍ତିଙ୍କୁ ଆଜି ତାଙ୍କ ଜୀବନସାଥୀ କିମ୍ବା ପ୍ରିୟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଛୁଆମାନଙ୍କ ମାଧ୍ୟମରେ ସୁଖ ଖବର ପ୍ରାପ୍ତ ହେବ । ପରିବାରର ସମସ୍ତଙ୍କ ଦ୍ବାରା ସଂପୂର୍ଣ୍ଣ ସହଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.