ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ଆଜି ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି

Published By : Prameya-News7 Bureau | December 09, 2019 IST

ହାଇଦ୍ରାବାଦ ୦୯।୧୨ : ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ଆଜି ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ।  ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନେଇ ଡିସେମ୍ବର ୯ତାରିଖ  ରାତି ୮ଟା ପର୍ଯ୍ୟନ୍ତ ୪ଅଭିଯୁକ୍ତଙ୍କ ଶବକୁ ସୁରକ୍ଷିତ ରଖିବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଥିଲେ ।

{"id":191902,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ସମୟରେ  ହାଇଦ୍ରାବାଦ ପୋଲିସ  ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପୋଡି ଘଟଣାରେ ସମସ୍ତ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରେ ନିହତ କରିଥିଲେ । ପୋଲିସ ଚେତନାପାଲୀ ପାଖ ୪୪ନମ୍ବର ଜାତୀୟ ରାଜପଥ ଫ୍ଲାଏଓର ପାଖକୁ କ୍ରାଇମ ସିନ୍ ରିକ୍ରିଏସନ ପାଇଁ ନେଇଥିଲା । ଏହି ସମୟରେ ୪ ଅଭିଯୁକ୍ତ ଦୌଡି ପଳାଇଯିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ପୋଲିସ ଏନକାଉଣ୍ଟରରେ ୪ଅଭିଯୁକ୍ତ ଟଳି ପଡିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.