ତେଜସ୍ଵୀ ଯାଦବଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଲେ ରାହୁଲ ଗାନ୍ଧୀ, ବଡ ଭାଇ ତେଜପ୍ରତାପ କହିଲେ- ଉପହାରରେ ଭାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳୁଛି

Published By : Prameya-News7 Bureau | November 09, 2020 IST

ପାଟନା ୦୯।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପରିଣାମ ଆସିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଆଜି ମହାମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବ ନିଜର ଜନ୍ମଦିନ ପାଳୁଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଛୋଟ ପୁତ୍ରଙ୍କୁ ସମଗ୍ର ଦେଶରୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତେଜସ୍ଵୀ ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଉଜ୍ଜ୍ଵଳ ଭବିଷ୍ୟତର କାମନା କରିଛନ୍ତି।

wp:html /wp:html

ଏହି ପରି ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାସଓ୍ଵାନ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ଏଲଜେପି ସୁପ୍ରିମୋ ଟ୍ଵିଟ୍ କରିଛନ୍ତି, ଜନ୍ମଦିନର ବହୁତ ସାରା ଶୁଭକାମନା। ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି ଆପଣ ଦୀର୍ଘାୟୁ ହୁଅନ୍ତୁ ଏବଂ ନିଜ ଜୀବନକୁ ଗୋଢି ତୋଳିବାରେ ସଫଳ ହୁଅନ୍ତୁ। ଆଜି ଆପଣଙ୍କର ଜନ୍ମଦିନ, ଭଗବାନଙ୍କ ଦର୍ଶନ ଓ ଆଶୀର୍ବାଦରୁ ଆପଣଙ୍କ ଦିନ ଶୁଭ ହେଉ।

{"id":358813,"sizeSlug":"large"}

ଏହି ଅବସରରେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ କହିଛନ୍ତି ତାଙ୍କ ସାନ ଭାଇଙ୍କୁ ଜନ୍ମ ଦିନରେ ଉପହାର ଭାବେ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ସମସ୍ତିପୁର ଜିଲ୍ଲାର ହସନପୁର ବିଧାନସଭା କ୍ଷେତ୍ରରୁ ତେଜପ୍ରତାପ ନିର୍ବାଚନୀ ମଇଦାନରେ ଅଛନ୍ତି। ସେ କହିଛନ୍ତି ତେଜସ୍ଵୀଙ୍କୁ ଆମେ ବହୁତ ବଡ ଉପହାର ଦେଇଛୁ। ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦେଇଛୁ।

{"id":358814,"sizeSlug":"large"}

ଉଲ୍ଲେଖଯୋଗ୍ୟ, ବିହାର  ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇ ସାରିଛି। ନଭେମ୍ଵର ୧୦ରେ ପରିଣାମ ଆସିବାକୁ ଯାଉଛି। ହେଲେ ତୃତୀୟ ପର୍ଯ୍ୟାୟ ମତଦାନ ପରେ ପରେ ଆସିଥିବା ସମସ୍ତ ଏକଜିଟ୍‌ ପୋଲ୍‌ରେ ଜେଡିୟୁ ଓ କଂଗ୍ରେସ ମହାମେଣ୍ଟ ଆଗୁଆ ରହିଛି। ନୀତିଶଙ୍କ ହାତରୁ କ୍ଷମତା ଚାଲି ଯାଉଥିବା ଏକଜିଟ୍‌ ପୋଲ୍ ସର୍ଭେରେ ପୂର୍ବାନୁମାନ କରାଯାଇଛି। ଏଥିସହ ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ଭାବେ ଆର୍ବିଭାବ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.