ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲା: ଆଜି ଆସିବ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୯|୧୧: ଅଯୋଧ୍ୟା ମାମଲାରେ ଆଜି  ସୁପ୍ରିମ୍ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇବ। ସର୍ବୋଚ୍ଚ ଅଦାଲତ ସକାଳ ୧୦ଟା ୩୦ରେ ନିଜର ରାୟ ଶୁଣାଇବେ।

{"id":181190}

କ୍ରମାଗତ ୪୦ ଦିନ ଧରି  ମାରାଥନ ଶୁଣାଣି ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଏବେ ନିଷ୍ପତ୍ତିର ଘଡ଼ି ଆସି ସାରିଛି।  ଶନିବାର ଛୁଟି ଦିନରେ ସର୍ବୋଚ୍ଚ ନ୍ୟାୟାଳୟର  ସକାଳ  ୧୦ଟା ୩୦ରେ ନିଜର ଐତିହାସିକ ରାୟ ଶୁଣାଇବେ। ୫ ଜଣିଆ ଖଣ୍ଡପୀଠ ଶୁଣାଇବେ  ଏହି ସୁପ୍ରିମ୍ ରାୟ।

{"id":181188}

 ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି କରୁଥିବା ଖଣ୍ଡ ପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ୪ ଅନ୍ୟ ଜଜ ହେଉଛନ୍ତି, ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏସ. ଅବଦୁଲ ନଜିର। ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ଲାଗି ତାରିଖ ସ୍ଥିର ହେବା ପରେ ୪୦ ଦିନ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲିମ ପକ୍ଷ ନିଜ ନିଜର ଦଲିଲ ରଖିଥିଲେ। ସୁପ୍ରିମକୋର୍ଟ ଇତିହାସରେ ଏହା ସବୁଠୁ ବଡ଼ ଦ୍ଵିତୀୟ ଲମ୍ବା ଶୁଣାଣି ଥିଲା...

{"id":181189}

ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ସମସ୍ତ ୫ ବିଚାରପତିଙ୍କୁ କଡ଼ା ସୁରକ୍ଷା  ଯୋଗାଇଦିଆଯାଇଛି  । ଆଜି ରାୟ ଆସିବା ନେଇ ଜଣାପଡ଼ିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍  ରଞ୍ଜନ ଗୋଗଇଙ୍କୁ ଜେଡ୍  ପ୍ଲସ୍  ସୁରକ୍ଷା ଦିଆଯାଇଛି । ସେହିପରି ଅନ୍ୟ ୪ ଜଣ ବିଚାରପତିଙ୍କ ପାଖରେ ମଧ୍ୟ ସମାନ ଶ୍ରେଣୀର ସୁରକ୍ଷାକର୍ମୀ ରହିବେ । ଉଭୟ ବାସଭବନ ଓ କୋର୍ଟ ଉଭୟ ସ୍ଥାନରେ ଉପସ୍ଥିତ ରହିବେ ସୁରକ୍ଷାକର୍ମୀ । ସେହିପରି ସୁପ୍ରିମକୋର୍ଟ ପରିସରକୁ ମଧ୍ୟ ଗତକାଲି ରାତିରୁ ସୁରକ୍ଷା ବଳୟରେ ରଖାଯାଇଛି । ସମସ୍ତ ସୁରକ୍ଷାର  ଦାୟିତ୍ବ ଦିଲ୍ଲୀ ପୋଲିସ ହାତରେ ରହିଛି । ସେହିପରି ଦିଲ୍ଲୀର ବିଭିନ୍ନ ରାସ୍ତାକୁ ମଧ୍ୟ ସିଲ କରିଦିଆଯାଇଛି । ପାଟ୍ରୋଲିଂ ସହିତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.