Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆଜି ଶ୍ରୀକ୍ଷେତ୍ର ଭଉଁରୀ, ରଥଖଳାରେ ଆଜ୍ଞାମାଳ ଧରି ପହଁଚିବେ ପୂଜାପଣ୍ଡା ସେବାୟତ

3/06/2021 at 7:52 AM

ପୁରୀ, ୦୩|୦୬ : ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ । ୩ ରଥର ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିବେ। ଏହାପରେ ବିଶ୍ବକର୍ମା ଭୋଇ ସେବାୟତଙ୍କ ସହଯୋଗରେ ଚକ ଅଖ ଡେରା କାମ ସଂପନ୍ନ ହେବ।

ଏଥିପାଇଁ ୪୨ଟି ଚକରୁ ୧୮ଟି ଚକ କାମ ସରିଛି। ଅନ୍ୟ ଚକ ଗୁଡିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କରାଯାଉଛି। ସେହିପରି ରୂପକାର ସେବାୟତମାନେ ୩ରଥର କୋଣଗୁଜରେ ଖୋଦେଇ କାମ ଜାରି ରହିଛି । ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳା ଓ ନରେନ୍ଦ୍ର ପୋଖରୀ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ମୋଟ୍ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦୃଷ୍ଟିରୁ ରଥଖଳା ସହ ନରେନ୍ଦ୍ର ପୋଖରୀର ଚତୁଃପାର୍ଶ୍ବରେ ପୋଲିସ ମୁତୟନ ହେବେ । ଚନ୍ଦନ ଯାତ୍ରାଠାରୁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି ରହିଛି।

   Related Posts